

ଆସିକା (ସମୃଦ୍ଧ ଓଡିଶା) ଆସିକା ଟାଉନ ହଲଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଦଳର ସାଙ୍ଗଠନକି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ଲୋକସଭା ନିର୍ବାଚନରେ ଆସିକା ଆସନରୁ କଂଗ୍ରେସ ଦଳ ସମର୍ଥନରେ ଦଳର ଜାତୀୟ ପରିଷଦ କାର୍ଯ୍ୟକାରିଣୀ ସଦସ୍ୟ ରାମକଷ୍ଣୃ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ତାଙ୍କ ବଜିୟ ଲାଗି ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ କରାଯାଇଥିଲା । ପରେ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତଗର୍ତ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ କାର୍ଯ୍ୟାଳୟ ଖୋଲିବା, ନିର୍ବାଚନ ପରିଚାଳନା ଲାଗି ବିଧାନସଭା କ୍ଷେତ୍ରରେ ପରିଚାଳନା କମିଟି ଏବଂ ଆବାହକ ଦାୟତ୍ୱି ଲାଗି ନିଷ୍ପତ୍ତି ନେବା, ଗାଁ ଗାଁ ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା । ସିପିଆଇ ଆସିକା ଜୋନ ସମ୍ପାଦକ ପୀତବାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦୂତିକୃଷ୍ଣ ପଣ୍ଡା, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନନୁ ଗୋ, ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ, ଜାତୀୟ ପରିଷଦ କାର୍ଯ୍ୟକାରିଣୀ ସଦସ୍ୟ ରାମକଷ୍ଣୃ ପଣ୍ଡା, ରାଜ୍ୟ ଯବୁ ସଂଘ ସମ୍ପାଦକ ପ୍ରଦୀପ କୁମାର ସେଠୀ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଶ୍ରମିକ ନେତା ବୃନ୍ଦାବନ ପୋଲାଇ, ଗୋକଳୁ ପଣ୍ଡା, ଶ୍ରମକି ନେତା ସରୁ ଜେନା, ନୀଳକଣ୍ଠ ଦାସ, ଅଳକନାଥ ମଶ୍ରି, ଶ୍ରୀହର୍ଷ ରଥ ପ୍ରମଖୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହାସହ ଆସିକା ଜୋନ ସହସମ୍ପାଦକ ରାଜେନ୍ଦ୍ର ଦାସ, ଶିକ୍ଷକ ନେତା ଦେବହରି ମହାନ୍ତି, ନରସିଂହ ସାହୁ, ଆଇନଜୀବୀ ବିଦେଶୀ ନାହାକ, ସନ୍ତୋଷ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା