ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ବର୍ଷର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବୀ ନେଇ ଭାରତୀୟ କମ୍ୟୁନିଷ୍ଠ ପାର୍ଟିର ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ଅବସରରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଏକ ଶୋଭାଯାତ୍ରାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ଓ କର୍ମୀମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ସହସମ୍ପାଦକ ଅଳକାନାଥ ମିଶ୍ର ଓ ନୀଳକଣ୍ଠ ଦାସ, ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ପୋଲସରା ଜୋନ ସମ୍ପାଦକ ଦଣ୍ଡପାଣି ସାମଲ, ଛତ୍ରପୁର ଜୋନ ସମ୍ପାଦକ ଏସ.କ୍ରିଷ୍ଣ୍ଣା ରେଡ୍ଡୀ, ସହସମ୍ପାଦକ ଡି.ଆଦୀନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ସହସମ୍ପାଦକ ଗୁରୁନାଥ ପ୍ରଧାନ ଓ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଗଞ୍ଜାମ ଜୋନ ସମ୍ପାଦକ ବୃନ୍ଦାବନ ପଲେଇ, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଖଲ୍ଲିକୋଟ ଅଞ୍ଚଳର ସଂଗ୍ରାମ ନେତା ଦୁର୍ଗାଚରଣ ପାତ୍ର, ସାନଖେମୁଣ୍ଡି ଜୋନ ସମ୍ପାଦକ କୈଳାଶ ଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହାସହ ସଂଖ୍ୟାଲଘୁ, ଦଳିତ ଏବଂ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି ବୋଲି କହିଥିଲେ । ବିଶେଷ କରି ପୁଣି କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଭାରତ ବର୍ଷରେ ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ଏହି ଅତ୍ୟାଚାର ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କରିଥିଲେ । ପ୍ରକାଶଥାଉକି ଯେ, ଉତ୍ତରପ୍ରଦେଶର ଉନା ନିର୍ବାଚନ ମଣ୍ଡଳୀର ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କୁ ଚାକିରୀ ଦେବା ନାମରେ ଦୁଷ୍କର୍ମ କଲା ପରେ ଏହାକୁ ଚାପି ଦେବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗ ମଧ୍ୟ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା କର୍ମୀମାନେ ନିଜ ବକ୍ତବ୍ୟରେ ବିଜେପିର ବିଧାୟକ ଏହି ମାମଲା ଗୁଡିକରେ ଜଡିତ ଅଛନ୍ତି ବୋଲି କହିବା ସହ ସେମାନଙ୍କୁ ତୁରନ୍ତ ଦଣ୍ଡବିଧାନ କରାଯାଉ ବୋଲି ଦାବି କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା