

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ସଂକଳ୍ପ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ଅମିତ ଶାହାଙ୍କ ନିର୍ଦ୍ଦେଶ ପ୍ରକାରେ ସମଗ୍ର ଭାରତବର୍ଷରେ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟର ସାଇକେଲ ରାଲି କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ସଂକଳ୍ପ ବାଇକ୍ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତ ୨୦୧୯ ସାଧାରଣ ନିର୍ବାଚନରେ ପୁଣି ନରେନ୍ଦ୍ରମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇ ଏହି ବିଜୟ ସଂକଳ୍ପ ବାଇକ୍ ରାଲି ଅନୁଷ୍ଠିତ କରାଯାଇଛି । ବିଧାନସଭାରେ ରହିଥିବା ବିଭିନ୍ନ ସାଙ୍ଗଠନୀକ ମଣ୍ଡଳରୁ ବାଇକ୍ ରାଲି ବାହାରି ନିଜ ନିଜ ଅଞ୍ଚଳ ପରିକ୍ରମା କରିବା ସହିତ ଛତ୍ରପୁର ପୁତି ଗୋପାଳପୁର ବିଶ୍ୱେଶ୍ୱରମନ୍ଦିର ନିକଟରେ ସମ୍ମିଳୀତ ହୋଇଥିଲେ ଓ ସମସ୍ତ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ପୁତିଗୋପାଳପୁର ଠାରୁ ହଜାର ହଜାର ଉତ୍ସାହି ଯୁବକମାନେ ବାଇକ୍ ରାଲିରେ ବାହାରି ଅବ କା ବାର୍ ମୋଦି ସରକାର ସ୍ଲୋଗାନ ଦେଇ ଛତ୍ରପୁର ସହର ପରିକ୍ରମା କରି ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଏକ ପ୍ରଥପ୍ରାନ୍ତ ସଭା ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲ। । ଏହି ସଭାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଗୋପୀନାଥ ପଣ୍ଡା, ବିସ୍ତାରକ ତପନ ସାମନ୍ତରାୟ, ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ରାଜ୍ୟ ହରିଜନ ମୋର୍ଚ୍ଚାର ସାଧାରଣ ସଂପାଦକ ଧରଣୀଧର ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ତଥା ହୁମ୍ମା ମଣ୍ଡଳ ସଭାପତି କୀର୍ତନ ଦାସ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, ଅବସରପ୍ରାପ୍ତ ଶ୍ରମ କମିସନର ତ୍ରିନାଥ ବେହେରା, ପି.ଚନ୍ଦ୍ରଶେଖର ରାଓ, ଜିଲ୍ଲା ହରିନଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ, ବସନ୍ତ କୁମାର ବେହେରା, ମନୋଜ କୁମାର ବେହେରା, ଯୁବ ମୋର୍ଚ୍ଚାର ଜିଲ୍ଲା ସଂପାଦକ କେ.ରଘୁନାଥ ରେଡ୍ଡୀ, ଯୁବମୋର୍ଚ୍ଚା ଛତ୍ରପୁର ମଣ୍ଡଳ ନେତା ପି.ରଘୁନାଥ ରେଡ୍ଡୀ, ଏନ୍.ଦୀନବନ୍ଧୁ, ପି.ରାମବାବୁ, ଜି.ଜଗନ୍ନାଥ, ସପନ ନାହାକ, ଶ୍ରମିକନେତା ବିଜୟ ମୁଦୁଲି, ପୂର୍ବତନ କାଉନସିଲର କେ.ରାମାରାଓ, ଆଇନଜିବୀ ବ୍ରଜମୋହନ ଆଚାର୍ଯ୍ୟ ଓ ପି.ଧର୍ମାରେଡ୍ଡୀ, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଡୁଧର ଗୈାଡ, କାନ୍ତାରୁ ଦଳାଇ, ସିମାଚଂଳ ବାଡତ୍ୟା, ପି.ତ୍ରିପତି ରାଓ, ଅମରେଶ କୁମାର ମହାରଣା, ଜି.ମନୋଜ ରେଡ୍ଡୀ, ଶ୍ରୀନିବାସ ସେଠୀ, ଲିଙ୍ଗରାଜ ନାୟକଙ୍କ ସମେତ ବହୁ ନେତା ଓ କର୍ମୀମାନେ ଯୋଗଦେଇ ଗତ ୫ ବର୍ଷରେ ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜାନ ସଂପର୍କରେ ଆଲୋକପାତ କରାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









