

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଅପରାହ୍ନରେ ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ ପଦଯାତ୍ରା ସାନ ବଜାର ଛକ ଠାରୁ ଆରମ୍ଭ ହୋଇ ହନୁମାନ ବଜାର, ଗିରି ମାର୍କେଟ, ବିଜୟା ଟକିଜ ଛକ ଦେଇ ଗିରିଜା ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯାଇଥିଲା । ଉଭୟ ପ୍ରାର୍ଥୀ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଦୋକାନ ଏବଂ ଗୃହକୁ ଯାଇ ଭୋଟ ଭିକ୍ଷା କରିଥିଲେ । କେନ୍ଦ୍ରରେ ପୁଣି ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ରାଜ୍ୟରେ ପରିବର୍ତ୍ତନ ହୋଇ ବିଜେପି ସରକାର ଗଠନ କରିବ, ଏହା ଜନସାଧାରଣ ମନ କରିସାରିଲେଣି ବୋଲି ଭୃଗୁ ବକ୍ସି ପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶିଶିର ପାଢ଼ୀ, ପ୍ରଦୀପ କୁମାର ଶତପଥୀ, ଡି. କରୁଣାକର, ସୁନୀଲ କୁମାର ସାହୁ, ପ୍ରବୀର ପାତ୍ର, ପ୍ରଭାତ ଷଡ଼ଙ୍ଗୀ, ଅମୁଲ୍ୟ ଚୌଧୁରୀ, ପ୍ରଦୀପ ମିଶ୍ର, ରବୀନ୍ଦ୍ର ସାହୁ, ଏସ. ରାଣୀ, ସୁବାସିନୀ ପଟ୍ଟନାୟକ, ମିନାକ୍ଷୀ ପାଣିଗ୍ରାହୀ, ସୁଶୀଳା ମଲ୍ଲିକ, ମଧୁସୂଦନ ସାହୁ, ବିଘ୍ନରାଜ ନାୟକ, ପ୍ରଦୀପ ପୃଷ୍ଟି, ଏସ. ଶ୍ରୀନିବାସ, ଶିବ ଅଧିକାରୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ରାମନାଥ ଗନ୍ତାୟତ, ରୀଙ୍କ ସାମଲ, ସୁନୀଲ ପାତ୍ର, ସୂର୍ଯ୍ୟ ନାହକ, ସୁମନ ଶତପଥୀ, ଧନୁ ପାଣିଗ୍ରାହୀ, ଅହିଂସା ସାହୁ, କିରଣ କୁମାର ସାହୁ, ଶରତ ନାୟକ, କମଲ ପାତ୍ର, ବ୍ରହ୍ମାନନ୍ଦ ସାହୁ, ସୁରା ପାଢ଼ୀ, ସରୋଜ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





