


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ସ୍ଥାନୀୟ ମୟୂରୀ ହୋଟେଲ ଠାରେ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ପୁରୁଣା କାର୍ଯ୍ୟକର୍ତ୍ତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୬ ତାରିଖରୁ ସାରା ଭାରତ ବର୍ଷରେ ବିଜେପିର ନୂତନ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଓ ସାରା ଭାରତ ବର୍ଷରେ ନୂତନ କାର୍ଯ୍ୟକର୍ତ୍ତା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷିରେ ରାଜ୍ୟ ସଦସ୍ୟତା ଅଭିଯାନର ପ୍ରମୁଖ ଅନନ୍ତ ନାୟକ ଟେଲିଫୋନ କନଫେରେନ୍ସ ଜରିଆରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ପାଇଁ ରାଜ୍ୟ ତରଫରୁ ଭୃଗୁ ବକ୍ସିପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରାଜେଶ ପାତ୍ରଙ୍କୁ ସଂଯୋଜକ, ସହସଂଯୋଜକ ମନୋରଞ୍ଜନ ଦ୍ୟାନସାମନ୍ତରା ଓ ମଦନ ମହୋନ ପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଆଗାମୀ ଦିନରେ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଓ ଅନ୍ୟ ମୋର୍ଚ୍ଚାମାନଙ୍କୁ ସାଙ୍ଗରେ ନେଇ ମୁଖ୍ୟ ସ୍ଥାନ ତଥା କଲେଜ ନିକଟ, ହାଟ, ବଜାର, ରେଳଷ୍ଟେସନ, ବସଷ୍ଟାଣ୍ଡ ଭଳି ବିଭିନ୍ନ ଛକ ନିକଟରେ ଷ୍ଟଲ ମାନ କରି ଲୋକମାନଙ୍କୁ ସଚେତନତା କରାଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି । ସମସ୍ତ ମଣ୍ଡଳ ସଭାପତି ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗରେ ନେଇ ଅଧିକରୁ ଅଧିକ ସଦସ୍ୟ ଗ୍ରହଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଜିଲ୍ଲାର ବରିଷ୍ଠ ନେତାମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ପ୍ରଥମତଃ ନିଷ୍ପତ୍ତି ହୋଇଛି । ଲୋକମାନଙ୍କୁ ମିସକଲ ଜରିଆରେ ସଦସ୍ୟ କରିବା ପାଇଁ ଏକ ନିଶୁଲ୍କ ନମ୍ବର (୮୯୮୦୮୦୮୦୮୦୮୦)କୁ ସାର୍ବଜନୀନ ଭାବେ ଘୋଷଣା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋପୀନାଥ ପଣ୍ଡା, ରବୀନ୍ଦ୍ର ସାହୁ, ପ୍ରଭାତ ଷଡ଼ଙ୍ଗୀ, ସୁନୀଲ କୁମାର ସାହୁ, ପ୍ରବିର ପାତ୍ର, ଶୁଭେନ୍ଦୁ ପାଢ଼ୀ, ଅମୁଲ୍ୟ ଚୌଧୁରୀ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସରୋଜ ସାବତ, ବନଜା ପଣ୍ଡା, ଚୈତନ୍ୟ ପ୍ରଧାନ, ନାମିତା ପଣ୍ଡା, ସୁବାସିନୀ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସୁନୀଲ ପାତ୍ର, ରୀଙ୍କୁ ସାମଲ, ଏସ.ଶ୍ରୀନିବାଶ ରାଓ, ତ୍ରିନାଥ ମହାପାତ୍ର, ଶିବ ଅଧିକାରୀ, ବିଜୟ ପଣ୍ଡା, ଶ୍ରୀଧର ବାଡ଼ତ୍ୟା, ରଜତ ପଣ୍ଡିତ, ଏନ. ରଘୁ ପାତ୍ର, ଶିବ ପ୍ରସାଦ ପାତ୍ର, ରାମ ପାତ୍ର, କିରଣ କୁମାର ସାହୁ, ବସନ୍ତ ବେହେରା, ରବି ନାରାୟଣ ସାବତ, ସୁମନ ଶତପଥୀ, ବିନାୟକ ରଥ, ଶିବ ଶଙ୍କର ଶତପଥୀ, ଦେବୀ ପ୍ରସାଦ ପାଢ଼ୀ, ନୀଳାଞ୍ଚଳ ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




