ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜାତୀୟ ରାଜପଥରେ ଅଟକି ରହିଥିବା ଟ୍ରକ ଗୁଡିକର ଯାତାୟତ ଯଥାଶୀଘ୍ର ସୁବିଧା କରିବା ନିମନ୍ତେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଯୁବନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କୁ ସାକ୍ଷାତ କରି ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ଆଜକୁ ଦୀର୍ଘଦିନ ହେଲା ଗୋପାଳପୁର ପୋର୍ଟକୁ ବିଭିନ୍ନ ଜାଗାରୁ ଲୁହାପଥର, କଳାପଥର ଏବଂ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ଟ୍ରକ ଆଇ.ଆର.ଇ କଲୋନୀ ରାସ୍ତାଦେଇ ଯାତାୟତ କରିବାରୁ ନାନା ସମସ୍ୟା ଉପୁଜିଥିଲା । ଯାହାଫଳରେ ସ୍ଥାନୀୟ ଲୋକଙ୍କ ଆପତି ଅଭିଯୋଗ ପରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଗୁଡିକ ବନ୍ଦ କରି ଦିଆଗଲ। । ସେହିଦିନ ଠାରୁ ଉକ୍ତ ମାଲ ବୋଝେଇ ଟ୍ରକ ଯାହାର ଓଜନ ପ୍ରାୟ ୩୦ରୁ ୪୦ ଟନ୍ ହେବ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ରାସ୍ତାକୁ ଅବରୋଧ କରି ଠିଆ ହୋଇ ରହିଅଛି । ଏହି କାରଣରୁ ଜାତୀୟ ରାଜପଥରେ ଯାନବାହାନ ଯାତାୟତରେ ବାଧା ଉପଜିବା ସଙ୍ଗେ ସଙ୍ଗେ ଦୁର୍ଘଟଣା ଘଟିବାର ସମ୍ଭବାନ ରହିଅଛି ଏବଂ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଘଟଣାର ଅନୁସନ୍ଧାନ କରି ଅତିଶୀଘ୍ର ଅଟକି ରହିଥିବା ଭାରୀ ଯାନଗୁଡିକର ଯାତାୟତ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଶ୍ରମିକ ନେତା ବିଜୟ ମୁଦୁଲି, ଛତ୍ରପୁର ମଣ୍ଡଳ ସଂପାଦକ ବସନ୍ତ କୁମାର ବେହେରା, ଯୁବନେତା କେ.ରଘୁନାଥ ରେଡ୍ଡୀ, ଜି.ମନୋଜ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ସନ୍ତ ରାଉଳଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା