

ଗଞ୍ଜାମ (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ସହରାଞ୍ଚଳରେ ବିଜୟ ସଂକଳ୍ପ ଯାତ୍ରା ଅବସରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ହୁମ୍ମା ମଣ୍ଡଳ ସଭାପତି କୀର୍ତ୍ତନ ଦାସଙ୍କ ନେତୃତ୍ୟରେ ଗଞ୍ଜମ ଏନଏସିର ପୁଇଁତୋଳା ଗ୍ରାମରୁ ପଥପ୍ରାନ୍ତ ସଭା ଆୟୋଜିତ କରାଯାଇଥିଲା । ଏହି ସଭା ବଡ଼ବଜାର, ସାନବଜାର, ମଧ୍ୟଖଣ୍ଡ ସାହି, ଦାମୋଦରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଅଂଚଳବାସିଙ୍କୁ ସଚେତନ କରାଇବା ସହ ଓଡିଶାର ସରକାର ଉପରେ ବର୍ଷି ଥିଲେ । ଏଥିରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ନୂତନ ଭାବେ ବିଜେପିରେ ଯୋଗ ଦେଇଥିବା ଅବସର ପ୍ରାପ୍ତ ଶ୍ରମ କମିଶନର ତ୍ରିନାଥ ବେହେରା, ପ୍ରଶାନ୍ତ କର, କାନ କେୟା ରେଡି, ପଦ୍ମ ଚରଣ ସାହୁ, କାନ୍ତାରି ଦଳାଇ, ଏ.ରାଜା ରାଓ ରେଡି, ସୁରେନ୍ଦ୍ର ସାହୁ, ସୁରେନ୍ଦ୍ର ନାହାକ, ଶରତ ଚନ୍ଦ୍ର ବେହେରା, ତପନ ସମନ୍ତରା, ସୁଦାମ ଜେନା, ମନୋଜ ବେହେରା, ଏମ .କାଲେୟ, ଭୀମସେନ ବେହେରା, ଶରତ ମହାପାତ୍ର ପ୍ରମୁଖ ବିଜେପି ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




