

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଗାନ୍ଧିନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ବାଜପେୟୀଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ବାଜପେୟୀଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ମହାନ ଜୀବନୀର ସ୍ମୃତିଚାରଣ କରିଥିଲେ । ଗତ ବର୍ଷ ଆଜିର ଦିନରେ ବାଜପେୟୀଙ୍କର ୯୩ ବର୍ଷ ବୟସରେ ନିଧନ ହୋଇଥିଲା । ୧୯୨୪ ମସିହା ଗୁଆଲିୟର ଠାରେ ଜନ୍ମ ହୋଇଥିବା ଅଟଳ ବିହାରୀ ବାଜପେୟୀ ଏକାଧାରରେ ଜଣେ ମହାନ ରାଷ୍ଟ୍ରନାୟକ, ଅଦ୍ଵିତୀୟ ଜନନାୟକ, ପ୍ରଖର ରାଷ୍ଟ୍ରବାଦୀ, ସୁ ଚିନ୍ତକ, ସୁ ଲେଖକ ତଥା କୋଟି କୋଟି ଜନସାଧାରଣଙ୍କ ମାର୍ଗଦର୍ଶକ, ଅଟଳ ବିହାରୀ ବାଜପେୟୀ ଅଗଣିତ ବ୍ୟକ୍ତିତ୍ୱର ପୁଞ୍ଜ ଥିଲେ । ବ୍ୟକ୍ତିଗତ ଜୀବନରେ ଅତି ସରଳ ଓ ନମ୍ର ବାଜପେୟୀଜି ଜଣେ ନିର୍ଭିକ ଓ ପ୍ରତିଭାବାନ ଗୁଣର ଅଧିକାରୀ ଥିଲେ । ଦେଶର ହିତ ତଥା ଉନ୍ନତି ପାଇଁ ସଦା ସର୍ବଦା ଚିନ୍ତିତ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଯେଉଁ ସବୁ ଲୋକାଭିମୂଖ୍ୟ ଜନକଲ୍ୟାଣ ଯୋଜନା ଗୁଡିକ କରିଥିଲେ ସେଥିମଧ୍ୟରୁ ସର୍ବ ଶିକ୍ଷା ଅଭିଯାନ ଓ ଅନ୍ତଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନା, ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ସଫଳ ରୂପାୟନ ପୋଖରାନ ଠାରେ ପରମାରୁ ପରୀକ୍ଷଣ କରି ସାରା ବିଶ୍ୱରେ ଭାରତ ବର୍ଷକୁ ଏକ ପରମାଣୁ ସମ୍ପନ୍ନ ଦେଶ ଭାବେ ପ୍ରତିଷ୍ଠିତ କରାଇପାରିଥିଲେ । ତାଙ୍କ ସମୟରେ ଯେଉଁଭଳି ଭାବେ ଦରଦାମ ନିୟନ୍ତ୍ରଣରେ ରହିଥିଲା ସାଧାରଣ ଜନତା ସେହି ସମୟକୁ ସ୍ୱର୍ଣ୍ଣିମ ଯୁଗ ଭଳି ଆଜିବି ମନେ ପକାଉଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ସ୍ୱର୍ଗୀୟ ବାଜପେୟୀଙ୍କ କବିତା ପାଠ କରିବା ସହ କାଶ୍ମୀରରୁ ୩୭୦ ଓ ୩୫ ଏ ଧାରା ଉଚ୍ଛେଦ ହେବା ପରେ ତାଙ୍କର ସ୍ବପ୍ନ ସାକାର ହୋଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ମଦନ ମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରଦୀପ ଶତପଥୀ, ଡି.କରୁଣାକର, ଅମୁଲ୍ୟ ଚୌଧୁରୀ, ନିରଞ୍ଜନ ପାଣିଗ୍ରାହୀ, ନମିତା ରାଣୀ ପଣ୍ଡା, ସୁବାସିନି ପଟ୍ଟନାୟକ, ସୁଜାତା ବିଷୋୟୀ, ସୁନୀଲ ପାତ୍ର, କିରଣ କୁମାର ସାହୁ, ବିକାଶ ପାଣିଗ୍ରାହୀ, ବିଜୟ ପଣ୍ଡା, ଅଶୋକ ଦାସ, ସୁମନ ଶତପଥୀ, ରବିନାରାୟଣ ସାବତ, ନୀଳାଞ୍ଚଳ ପଣ୍ଡା, ଗୌରୀ ମହାନ୍ତି, କୈଳାସ ଜେନା, ଗୌତମ ମହାରଣା, ପ୍ରଜ୍ଞାପରିମିତା ପାଢ଼ୀ, ଶିବ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


