ଭାରତୀୟ ଜନତା ପାର୍ଟି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲା ତରଫରୁ ଦଳର ସଭାପତି ବିଭୂତି ଭୁଷଣ ଜେନାଙ୍କ ନେତୃତ୍ବରେ କଳାହାଣ୍ଡିର ମୃତ ଶିକ୍ଷୟିତ୍ରୀ ମମିତ ମେହେରଙ୍କ ପ୍ରତି ହୋଇଥିବା ଅସଦାଚରଣ ଏବଂ ପରବର୍ତ୍ତୀ ସମୟରେ ତାହାର ବର୍ବରଚିତ ମୃତ୍ୟୁର ନ୍ୟାୟିକ ତଦନ୍ତ ଓ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ଓ ତାର ମୁଖ୍ୟ ସହଯୋଗୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ନେଇ ଆଜି ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଭାରତୀୟ ଜନତା ଯୁବମୋର୍ଚ୍ଚା ଓ ଭାରତୀୟ ମହିଳା ମୋର୍ଚ୍ଚାର ମିଳିତ ସହଯୋଗରେ ସ୍ଥାନୀୟ ରାମ ଲିଙ୍ଗେଶ୍ବର ମନ୍ଦିର ଠାରୁ ବାହାରି ସାନ ବଜାର, ବଡ଼ ବଜାର ହୋଇ ଦେଶବର ସାହି ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପହଁଟି ଦୀପ ପ୍ରଜ୍ଜ୍ୱଳନ କରି ପ୍ରତିବାଦ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅଶଂଗ୍ରହଣ କରିଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ରାମ କୁମାର ପାତ୍ର, ନମିତାରାଣୀ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ନ. ରାଜେନ୍ଦ୍ର କୁମାର, କାମନା ପାଢ଼ୀ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ. ମୋହନ ଦାସ, ଏସ. ରାଣୀ, ମଧୁସୂଦନ ସାହୁ, ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ, ବିନାୟକ ରଥ, ଶିବ ନାୟକ, ସନ୍ତୋଷ ପାଣିଗ୍ରାହି, ପ୍ରବିର ପାତ୍ର, ଶିବ ଅଧିକାରୀ, ପ୍ରଦୀପ ସତପଥ, ସୁଷିଳା ମଲ୍ଲିକ, ଶିବ ସତପଥ, ସୁଜିତ ନାୟକ, କମଳ ପାତ୍ର, ଧୋବା ସାହୁ, ନଳିନୀ ସାହୁ, ସବିତା ନାୟକ, ସମ୍ପୃକ୍ତା ପାଣିଗ୍ରାହୀ, ରାଜିବ ମିଶ୍ର, ସୁମନ ସତପଥ, ସୌମେନ୍ଦ୍ର ଦାସ, ସନ୍ତୋଶ ପାତ୍ର ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଜଣାଇଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା