

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ବିନାୟକ ରଥଙ୍କ ସଭାପତିତ୍ୱରେ ଆଗା ସାହି ସ୍ଥିତ ବିଜେପି ମଣ୍ଡଳ କାର୍ଯ୍ୟାଳୟ ଠାରେ ଗତକାଲି ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠିକ ଭାବେ ଏହି ସଭାକୁ ଶୁଭାରମ୍ଭ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଯୋଗଦେଇ ଭାରତରତ୍ନ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ରାଜେଶ ସାହୁ, ନିରଞ୍ଜନ ପାଣିଗ୍ରାହୀ, ପ୍ରଦୀପ ଶତପଥୀ, ରାମ ପାତ୍ର, ନାମିତା ରାଣୀ ପଣ୍ଡା, ଏସ ରାଣୀ, ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର, ବିଘ୍ନରାଜ ନାହାକ, ରିଙ୍କୁ ସାମଲ, ଶିବ ଶଙ୍କର ଶତପଥୀ, ସୁମନ ଶତପଥୀ, ଜଗନ୍ନାଥ ଜେନା, କିରଣ କୁମାର ନାୟକ, ସଂଜୟ ଚୌଧୁରୀ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତାଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା