
ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧିନତାର ୭୨ବର୍ଷ ଓ ସମ୍ବିଧାନ ପ୍ରଣୟନର ୬୯ବର୍ଷ ଅତିବାହିତ ପରେ ଆଜି ନାଗରିକମାନେ ଧର୍ମନିରପେକ୍ଷତାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଭାରତୀୟ ଜାତୀୟ କଂଗ୍ରେସ ୧୩୫ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ୧୮୮୫ରେ ପ୍ରତିଷ୍ଠା ହେବାପରଠାରୁ ଜାତୀୟସ୍ତରରେ ବହୁ ବାଦବିସମ୍ବାଦ ମଧ୍ୟରେ ବହୁ ଆନ୍ଦୋଳନ କରିଆସିଛି । ଏପରିକି ଦେଶର ସ୍ୱାଧୀନତା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନିତୀଗତଭାବରେ ଚାଲିଥିବାରୁ ଧର୍ମନିରପେକ୍ଷତା ମଧ୍ୟରେ ତାହା ହାସଲକରାଯାଇଥିଲା ବୋଲି ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଜଳେଶ୍ୱର ଭଂଜଭବନ ପରିସରରେ ଆୟୋଜିତ ସଭାରେ କହିଛନ୍ତି । ସିଏଏ, ଏନ୍ଆର୍ସି ଓ ଏନ୍ପିଆରରେ ନାଗରିକତ୍ୱ ସଂପର୍କରେ ସରକାରଙ୍କ ଆଭିମୁଖ୍ୟକୁ ସେ କଡାସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସତ୍ୟବ୍ରତ ଦାସ, ମ୍ୟୁନିସିପାଲଟିର ପୂର୍ବତନ ଉପାଧ୍ୟକ୍ଷ ଦେବିଦାସ ଗିରି, ଟାଉନ୍ କଂଗ୍ରେସ ସଭାପତି ରିଆଜ୍ ଖାଁ, ଯୁବ କଂଗ୍ରେସ ସଭାପତି ଗିରିଜା ଶଂକର ଦାସ, ସରପଂଚ ପଦ୍ମଲୋଚନା ଦାସ, ଜିଲା ସଂପାଦକ ହେମନ୍ତ ଗିରି, ପୂର୍ବତନ କାଉନ୍ସିଲର ଜଗଦିଶ ନନ୍ଦୀ, ରାଧାରାଣୀ ପାତ୍ର, ଅଜୟ ସାହୁ, ଦାମୋଦର ଜେନା, ସଂଗ୍ରାମ ବେହେରା, ବିଭୁରେନ୍ଦ୍ର ଦାସ, ତ୍ରିଲୋଚନା ଦାସ ଓ ବିଭିନ୍ନ ପଂଚାୟତରୁ ଆସିଥିବା ନେତୃସ୍ଥାନୀୟ ବ୍ୟକ୍ତିମାନେ ଦରଦାମ ବୃଦ୍ଧି, ବିଭିନ୍ନ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଦୁର୍ନିତୀ, ବଳତ୍କାର ବୃଦ୍ଧି, ସରକାରୀ ଅର୍ଥର ବାଟମାରଣା, ରାଜନୈତିକ ଆକ୍ରୋସର ଶୀକାର ଇତ୍ୟାଦି ସଂପର୍କରେ ବକ୍ତୃତା ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା