

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ମଜଦୂର ସଂଘର ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି l ଆଜି ଅଗଷ୍ଟ ୨୮ ଦିନଟିକୁ ସମଗ୍ର ଭାରତବର୍ଷରେ ବୃକ୍ଷରୋପଣ କରାଯାଉଛି l ଏକ ଘଟଣା କ୍ରମରେ ରାଜସ୍ତାନ ରାଜ୍ୟରେ ବୈଷ୍ନ ସିଂ ନେତୃତ୍ୱରେ ଗଛ କଟାକୁ ବିରୋଧ କରି ସହସ୍ରାଧିକ ପୁରୁଷ ଓ ନାରୀ ଜୀବନ ଦେଇଥିଲେ l ସେହିମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଉଛି l ଓଡିଶା କୃଷି ଗ୍ରାମୀଣ ମଜଦୂର ସଂଘର ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କୁକୁଡାଖଣ୍ଡି ବ୍ଲକର ଦୁଇଟି ଗ୍ରାମ ଯଥା ଚଣ୍ଡୀପଦର ଓ ଯୋଗିଆ ପଲ୍ଲୀ ଗ୍ରାମରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା l ଚଣ୍ଡୀପଦର ଗ୍ରାମର ନିକି ସାହୁ, କାବେରୀ ମହାରଣା, ନିକିତା ସାହୁ, ମହାଲକ୍ଷ୍ମୀ ନାହାକ, ଝୁନୁ ବରାଡ଼ ପ୍ରମୁଖ ଚାରା ରୋପଣ କରିଥିଲେ l ସମ୍ମାନିତ ଅତିଥି ରୂପେ ଶ୍ରମିକ ନେତା ବୃନ୍ଦାବନ ବେହେରା, ମଧୁ ସୁଦନ ସାହୁ, ବିଶ୍ୱଦେବ ମହାରଣା, ଲଲାଟେନ୍ଦୁ ଚୌଧେରୀ ପ୍ରଭୃତି ଯୋଗଦେଇ କୃଷି ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ l ଯୋଗିଆ ପୋଲି ଗ୍ରାମରେ ଚାରା ରୋପଣ କରାଯାଇଥିଲା l ଗ୍ରାମର ମାନ୍ୟଗଣ୍ୟ ଚାଷୀ ବିଜୟ ମହାପାତ୍ର, ହରିହର ସାବତ, ଜଗନ୍ନାଥ ପାତ୍ର, ରମେଶ ଗୌଡ଼ ପ୍ରଭୁତିଙ୍କୁ ଲିଙ୍ଗରାଜ ସାହୁ ଗଞ୍ଜାମ ଗଜପତି ଜିଲ୍ଲା ପ୍ରଭାରୀ ଯୋଗଦେଇ କୃଷି ଶ୍ରମିକ ମାନଙ୍କୁ ଉତ୍ସହିତ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


