ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଶଗଡ଼ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୃଷକ ଆଇନକୁ ବିରୋଧ କରି ଜାତୀୟ କୃଷକ ସଂଘର ଭାରତ ବନ୍ଦ ଡାକରାକୁ ଜାତୀୟ କଂଗ୍ରେସର ସମର୍ଥନ ଦିଆଯାଇଛି । ଏଣୁ ଏହି ସମର୍ଥନକୁ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଶଗଡ଼ ଶୋଭାଯାତ୍ରାରେ ବୁଲି ଜନସାଧାରଣଙ୍କୁ ଅନୁରୋଧ କରି ବ୍ରହ୍ମପୁର ସହରରେ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ କହିଥିଲେ । କଂଗ୍ରେସ ଭବନରୁ ଦଳିୟ କର୍ମୀ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ନଗରରୁ ଆରମ୍ଭ କରି ପୁରୁଣା ବସଷ୍ଟାଣ୍ଡ, ହରଡିଖଣ୍ଡି ଛକ, ତୁଳସୀନଗର, ଗେଟ ବଜାର, କମାପଲି ଛକ, ସୁବରାଓ, ରେଳ ଷ୍ଟେସନ ରୋଡ଼ରେ ଯାଇ ଶେଷ କରାଯାଇଥିଲା । ଏଥିରେ ମହାନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷକ ସେଲ ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଯୁବ ନେତା ସିଦ୍ଧାନ୍ତ କୁମାର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଦେବାଶିଷ ମହାନ୍ତି, ଏସ.ଦଣ୍ଡପାଣି ପାତ୍ର, ସୁଜିତ୍ କୁମାର୍ ଦାସ, ବିକାଶ ନାୟକ, ଦୋତାୟତ ବେହେରା, ଅତିସ୍ ଦଳାଇ, ଭିକି ନାୟକ, ଜିତୁ ଘଡେ଼ଇ, ଦେବବ୍ରତ ପାଢ଼ୀ, ଭାସ୍କର ନାୟକ, ସିଦ୍ଧାର୍ଥ ଗୌଡ଼, ସରୋଜ ନାୟକ, ସମ୍ବି ରାଉତ, ଡି. ତ୍ରିପତି ପାତ୍ର, ପ୍ରଶାନ୍ତ ଆନ୍ନଲ, ଭବାନୀ ସାହୁ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।