

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ମର୍ଲବା ଘାଟିରେ ସକାଳ ୫.୩୦ମିରେ ଇସ୍ପାତ ବସଟି(ଓଡ଼ି -05L6288) ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମର୍ଲବା ଘାଟି ଠାରେ ଦୁର୍ଘଟଣା ହୋଇଛି । ବସରେ ଥିବା ପ୍ରାୟ ୨୮ ଜଣ ଯାତ୍ରୀ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ନିକଟସ୍ଥ ଖଜୁରିପଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଡ୍ରାଇଭର ସହ JITM ଛାତ୍ର ଗୁରୁତ୍ୱର ଥିବା ଜଣାପଡିଛି । ଉଭୟଙ୍କୁ ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କୌଣସି ବ୍ୟକ୍ତିର ମୃତ୍ୟୁ ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ତୁରନ୍ତ ସ୍ଥାନୀୟ ଖଜୁରିପଦା ପୋଲିସ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

