

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ଗାଁରେ ଭାଲୁ ଜଣକୁ ଆକ୍ରମଣ କରି ଲହୁଲୁହାଣ କରିଛି ପ୍ରକାଶ ଚନ୍ଦ୍ର ନାଗକୁ । ଆଜି ଭୋର ସକାଳରୁ ପ୍ରକାଶ ବିଲକୁ ଚାଷ କାମ ପାଇଁ ଯାଇଥିଲେ ତାଙ୍କ ସାଙ୍ଗସହ । ସେହି ସମୟରେ ଅତର୍କିତ ଭାବରେ ଭାଲୁଟି ଆକ୍ରମଣ କରି ପ୍ରକାଶର ମୁହଁସକୁ ଲହୁଲୁହାନ କଲା ପାଖରେଥିବା ସାଙ୍ଗ ଘଉଡାଇବାରୁ ଭାଲୁଟି ଛାଡିଥିଲା ପ୍ରକାଶକୁ । ଏହାପରେ ଗାଁ ଲୋକେ ଖବରପାଇଁ ଘଟଣା ସ୍ଥଳକୁ ପହଞ୍ଚି ଘରକୁ ଆଣିଥିଲେ ପ୍ରକାଶକୁ ଓ ୧୦୮ କୁ ଫୋନ କରିଥିଲେ ଏବଂ ଏବେ ପଦ୍ମପୁର ଡାକ୍ତରଖାନାକୁ ପଠାଇଛନ୍ତି । ଏହି ଭାଲୁ କେରମେଲାବାହଲ ସମେତ ହରିଡାଟାଲ, ତେତେଲଖୁଣ୍ଟି, ବୁଢାସମ୍ବର ଆଦି ଗ୍ରାମରେ ଆତଙ୍କ ଖେଳାଇ ଦେଇଛି । ଏହି ଗ୍ରାମଗୁଡିକୁ ଲାଗି ଗନ୍ଧମାର୍ଦ୍ଧନ ପାହାଡ଼ ଅଛି ଯେଉଁଠି ପାଖାପାଖି ୧୫ ରୁ ୨୦ଟି ଭାଲୁ ଅଛନ୍ତି ହେଲେ କେବେବି ଜନବସତିମୁହାଁ ହୁଅନ୍ତିନାହିଁ । ହେଲେ ଏହି ଭାଲୁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ପଦ୍ମପୁର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।
ରିପୋର୍ଟ – ନିରୋଜ କୁମାର ପାଣୀ
