ଭାଷା-ସାହିତ୍ୟ-ସଂସ୍କୃତି ଓ ସୀମା ସୁରକ୍ଷା ପ୍ରତ୍ୟେକ ଉତ୍କଳୀୟଙ୍କ କର୍ତ୍ତବ୍ୟ ହେଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୩ବର୍ଷ ଓ ଦେଶ ସ୍ୱାଧୀନତାର ୭୨ବର୍ଷ ବିତିଥିଲେ ମଧ୍ୟ ଅଦ୍ୟାବଧି ଓଡିଆ ଭାଷା ସାହିତ୍ୟ-ସଂସ୍କୃତି ଓ ରାଜ୍ୟ ସୀମା ସୁରକ୍ଷା ସମସ୍ୟାର ସମାଧାନ ହୋଇପାରିନାହିଁ । ଏଥିଲାଗି ପ୍ରତ୍ୟେକ ଉତ୍କଳୀୟଙ୍କ କର୍ତ୍ତବ୍ୟ ରହିଛି ବୋଲି ଆଜି ଉତ୍କଳ ଦିବସ ଅବସରରେ ଉପାନ୍ତ ନଛିମପୁର ଉନ୍ନିତ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ବକ୍ତାଭାବେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ଶିଶୁ ସାହିତ୍ୟ ସଂସଦ ଓ ଉତ୍କଳ ସମ୍ମିଳନୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖାର ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର ପୌରହିତ୍ୟ କରିଥିଲେ । ଏଥିରେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉତ୍କଳ ଦିବସର ଯଥାର୍ଥତା ଅଦ୍ୟାବଧି ରୂପାନ୍ତରିତ ହୋଇନାହିଁ ଓ ସୀମା ସୁରକ୍ଷା ଲାଗି କୌଣସି ଦୃଢା ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଉଦ୍ବେଗ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାଭାବେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଂପାଦକ କମଳ ଚକ୍ରବର୍ତ୍ତୀ ଯୋଗ ଦେଇ ୮୩ବର୍ଷ ପୂର୍ବେ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ହୋଇଥିଲେ ମଧ୍ୟ ଆଜି ବାସ୍ତବ ରୂପରେ ପ୍ରତିଫଳିତ ହୋଇ ନାହିଁ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖାର ସଂପାଦକ ଚିନୟ କୁମାର ଦାସ ବରିଷ୍ଠ ଅ÷ାଇନ୍ଜିବୀ ସତ୍ୟସୁନ୍ଦର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳ, ପୂର୍ଣ୍ଣଚନ୍ଦ୍ର ଓଝା, ସିଆର୍ସିସି ପ୍ରଫୁଲ୍ଲ ମହାନ୍ତି, ସରପଂଚ ଦୀପାଳି ଜେନା, ବରିଷ୍ଠ ଆଇନ୍ଜିବୀ ଅବଧୂତ ଜେନା, ପ୍ରଧାନ ଶିକ୍ଷୟତ୍ରୀ ଶୋଭାରାଣୀ ଦାସମହାପାତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁସୂଦନ ଦାସ, ଗୋପବଂଧୁ ଦାସ, ଫକୀରମୋହନ ସେନାପତି, ମହାରାଜ ଶ୍ରୀରାମ ଚନ୍ଦ୍ର ଭଂଜଦେଓ, ମହାରାଜ ଗଜପତି କୃଷ୍ଣଚନ୍ଦ୍ର ଦେଓ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କାର୍ତ୍ତିକ ଚନ୍ଦ୍ର ଦାସ, ଜଳଧର ଭଂଜ, ନରୋତ୍ତମ ପ୍ରଧାନ, ମନୋଲିସା ଜେନା କବିତାପାଠ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବଂଜେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ । ଶିଶୁ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଭାଗବତ ଚନ୍ଦ୍ର ପରିଡା ମଂଚ ଅହ୍ୱାନ ଓ ଅତିଥି ପରିଚୟ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହୋଇ କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ରଂଗାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା