ଭିଜିଲାନ୍ସ ଏସପିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ କାର୍ଯ୍ୟରୁ ଅବସର ନେଇଛନ୍ତି । ସେ ଚାକିରି ସମୟରେ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଥାନା ଓ ଜିଲ୍ଲାରେ କାର୍ଯ୍ୟ କରି ଲୋକଙ୍କୁ ସେବା ଯୋଗାଇଛନ୍ତି । ବୁଧବାର ଅବସର ଗ୍ରହଣ କରିଥିବାରୁ ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀ କ୍ଷେତ୍ରୀୟ ସମାଜ ସଭାପତି ଇଂ. ଅଭିମନ୍ୟୁ ପ୍ରଧାନ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ସବୁ ପରିସ୍ଥିତିରେ ନିଜ କାର୍ଯ୍ୟ ତୁଲାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି ବୋଲି ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀ କହିଛନ୍ତି । ଏଥିସହ ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସମ୍ବର୍ଦ୍ଧନାରେ ଯୁବ ସମାଜସେବୀ ରାକେଶ ପ୍ରଧାନ ସହଯୋଗ କରିଥିଲେ । ସନ୍ଧ୍ୟାରେ ଭିଜିଲାନ୍ସ ଏସପି କାର୍ଯ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କର୍ମଚାରୀମାନେ ବିଦାୟ ସମ୍ବର୍ଦ୍ଧନା ଦେବା ସହ ଅବସର ଜୀବନ ଶୁଖ, ସମୃଦ୍ଧି କାମନା କରିଥିଲେ ।