ଭିଜିଲାନ୍ସ ଜାଲରେ ଏମକେସିଜି ମେଡିକାଲ କଲେଜର କନିଷ୍ଠ କିରାଣୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏମକେସିଜି ମେଡିକାଲ କଲେଜ ହସ୍ପିଟାଲର କନିଷ୍ଠ କିରାଣୀ ଅଜିତ କୁମାର ସାବୁଙ୍କ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ କରାଯାଇଛି । ଏକା ସାଙ୍ଗରେ ୫ ଟି ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡିଛି । ଆମ୍ବପୁଆ ସ୍ଥିତ ଡୁପ୍ଲେକ୍ସ କୋଠା, ଗଜପତି ନଗର-୭ମ ଲାଇନରେ ଥିବା ୩ମହଲା ଘର, ଲାଞ୍ଜିପଲ୍ଲି ସ୍ଥିତ ୩ମହଲା ଘର, ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଥିବା କାର୍ଯ୍ୟାଳୟ ସମେତ ଲାଞ୍ଜିପଲ୍ଲି ସ୍ଥିତ ଚନ୍ଦନା ଟ୍ରେଡସ ନାମକ ସିମେଣ୍ଟ ଗୋଦାମ ଘରେ ଭିଜିଲାନ୍ସର ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା