ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ

କଟକ(ସମୃଦ୍ଧ ଓଡିଶା)ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ । ଏକ ସମୟରେ ତାଙ୍କର ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ଉ କରିଛି । ଭୁବନେଶ୍ୱରର ୨ଟି ଓ କଟକ ସ୍ଥିତ ବାସଭବନରେ ଚଢ଼ଉ ଜାରି ରହିଛି । ଏହି ରେଡ୍‌ରେ ୩ ଜଣ ଡ଼ି ଏସ ପି ଓ ୪ ଜଣ ଇନ୍‌ସ୍ପେକ୍ଟର ସାମିଲ ଅଛନ୍ତି | ଏଯାଏଁ କେତେ ସମ୍ପତି ଜବତ ହୋଇଛି ସୂଚନା ମିଳି ନାହିଁ । ସେହିପରି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନୂଆପଡ଼ା ଜିଲ୍ଲା କୋମନା ଶାଖାରେ କାର୍ଯ୍ୟରତ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ର କରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ରିପୋର୍ଟ : ପ୍ରଭାତ କୁମାର ବେହେରା