ଭିଜିଲାନ୍ସ ଦ୍ଵାରା ଗିରିଫ ହେଲେ ବିଇଓଙ୍କ କିରାଣୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲାର ମୋହନା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କିରାଣୀ ଜିତେନ୍ଦ୍ରନାଥ ନାୟକ ଲାଞ୍ଚ ନେଉଥିବାବେଳେ ଏଚବି ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ମୋହନା ବ୍ଲକର ପରମଙ୍ଗା ଏମ.ଇ.ସ୍କୁଲର ଗଣ ଶିକ୍ଷକ ଦଣ୍ଡପାଣି ମଲିକ ଗତ ୪ବର୍ଷ ତଳେ ପରମଙ୍ଗା ସ୍କୁଲରୁ ଡେପୁଟେସନରେ ଗତିମା ସ୍କୁଲକୁ ଯାଇଥିଲେ । ଦଣ୍ଡପାଣି ପୁଣି ପରମଙ୍ଗା ସ୍କୁଲକୁ ପୁଣି ବଦଳି ହୋଇ ଫେରି ଆସିବା ପାଇଁ ବିଇଓଙ୍କ କିରାଣି ଜିତେନ୍ଦ୍ରନାଥ ନାୟକଙ୍କୁ ଭେଟିଥିଲେ । ବଦଳି ପାଇଁ ସାହାଯ୍ୟ କରିବା ଦାବୀ ନେଇ କିରାଣି ଜିତେନ୍ଦ୍ରନାଥ ଶିକ୍ଷକ ଦଣ୍ଡପାଣିଙ୍କୁ ୫ହଜାର ଟଙ୍କା ଦେବାକୁ ଦାବୀ କରିଥିଲେ । ଶିକ୍ଷକ ଏଥିରେ ଅକ୍ଷମତା ପ୍ରକାଶ କରି ଅନୁରୋଧ କରିବାରୁ କିରାଣି ଜିତେନ୍ଦ୍ର ୩ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଶିକ୍ଷକ ଦଣ୍ଡପାଣି କୌଣସି ରାସ୍ତା ନ ପାଇ ଶେଷରେ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁର୍ବ ଯୋଜନା ଅନୁଯାଇ ଶିକ୍ଷକ ଦଣ୍ଡପାଣି କିରାଣି ଜିତେନ୍ଦ୍ରଙ୍କ ମୋହନା ବ୍ଲକ ଅନ୍ତର୍ଗତ ଯୋତି ନଗର କଣ୍ଟେଇକୋଳି ଠାରେ ଥିବା ବାସ ଭବନରେ ପହଞ୍ଚି ୩ ହଜାର ଟଙ୍କା ଗତକାଲି ସଂନ୍ଧ୍ୟାରେ ପ୍ରଦାନ କରିଥିଲେ । କିରାଣି ଜିତେନ୍ଦ୍ର ଟଙ୍କା ଗ୍ରହଣ କରିବା ସଙ୍ଗେସଙ୍ଗେ ପୁର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଚଢାଉ କରି ୩ହଜାର ଟଙ୍କା ରଙ୍ଗାହାତ୍ ଜବତ କରିଥିଲେ । ଜବତ ପରେ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିବା ସହ ଲାଞ୍ଚ ନେଇଥିବା କିରାଣି ଜିତେନ୍ଦ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା