ଜଳେଶ୍ୱର (ସମୃଦ୍ଧ ଓଡିଶା) ୫ମାସ ପୂର୍ବରୁ ଜଳେଶ୍ୱର ବ୍ଳକରୁ ବିଡିଓ ଭାବେ ବଦଳି ହୋଇ ଆସିଥିବା ଅଶ୍ୱିନୀ କୁମାର ଦାସ ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାଯାଇଛି । ୫ଜଣ ଡିଏସ୍ପି ଓ ୯ଜଣ ଇନିସ୍ପେକ୍ଟରଙ୍କ ନେତୃତ୍ୱରେ ଏକକାଳୀନ ୬ଟି ସ୍ଥାନରେ ଚଢାଉ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି, କୋଠା, ଦାମୀ ଗାଡି, ଅଳଙ୍କାର ଇତ୍ୟାଦି ଜବତ୍ କରାଯାଇଛି । ନିକଟରେ ତାଙ୍କୁ ଜଟଣୀ ତହସିଲଦାରଭାବେ ମଧ୍ୟ ବଦଳି ହୋଇଛି । ଆଜି ଭୋର ୪ଟାରେ କଟକ ଡିଭିଜନ୍ ଭିଜିଲାନ୍ସ ବିଭାଗର ଅନୁଗୁଳ ସ୍ଥିତ ଡିଏସ୍ପି ସମ୍ଭୁନାଥ ବାରିକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଜଳେଶ୍ୱର ବିଡିଓଙ୍କ ସରକାରୀ ବାସଭବନ ଉପରେ ଚଢାଉ କରିଥିଲେ । ଦୀର୍ଘ ୮ ଘଣ୍ଟା ଧରି ସେମାନେ ସରକାରୀ ବାସଭବନ ଓ ପରେ ବ୍ଳକ କାର୍ଯ୍ୟାଳୟରେ ମଧ୍ୟ ସେମାନଙ୍କ ତଦନ୍ତ କାର୍ଯ୍ୟ କରିଥିଲେ । ଏହି ତଦନ୍ତ ବେଳେ ସେଠାରୁ ବହୁ ଦରକାରୀ କାଗଜପତ୍ର, ଦାମୀ ଗାଡି ଓ ଅଳଙ୍କାର ଇତ୍ୟାଦି ଜବତ୍ ହୋଇଥିବା ସଂପର୍କରେ ଭିଜିଲାନ୍ସ ଡିଏସ୍ପି ସୂଚନା ଦେଇଛନ୍ତି । ଜଳେଶ୍ୱରକୁ ସେ ମାତ୍ର ୫ମାସ ପୂର୍ବରୁ କେନ୍ଦ୍ରାପଡାରୁ ବଦଳି ହୋଇ ଆସିଥିଲେ । ଜଳେଶ୍ୱର ବ୍ୟତିତ ତାଙ୍କ ନିଜର ବାସଗୃହ କଟକଜିଲାର ବୟାଳିସି ମୌଜା ବ୍ଳକ ଅନ୍ତର୍ଗତ ଝିଙ୍କିରିଆ ଠାରେ ଥିବା ୨ମହଲା ବିଶିଷ୍ଟ ପକ୍କାଗୃହ ଏବଂ କଳାପଦା ଗାଁର ୩ ମହଲା ବିଶିଷ୍ଟ ପକ୍କାଗୃହ, ତାଙ୍କ ସ୍ତ୍ରୀ ଜ୍ୟୋର୍ତିମୟୀ ସାହୁ କଟକର ଖପୁରିଆସ୍ଥିତ ସରକାରୀ ପ୍ରେସ୍ ନିକଟ ଗୃହ ଏବଂ କେନ୍ଦ୍ରାପଡା ଜିଲାର ଆଳିର ଭୁଇନ୍ପୁରଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘର ଉପରେ ଚଢାଉ ହୋଇଥିଲା । ଏଥିରେ ମୋଟ ୨୪ଟି ପ୍ଳଟ, କଟକ ସହରରେ ଅଢେଇକୋଟି ଟଙ୍କାର ୨ଟି ପକ୍କାଗୃହ, ୪୧ଲକ୍ଷ ଟଙ୍କାର ୪ଟି ଗାଡି, ୩ଟି ୨ଚକିଆ ଯାନ ଓ ମୂଲ୍ୟାବାନ ଅଳଙ୍କାର ସହିତ ସୁନା ମୁକୁଟ ଜବତ୍ ହୋଇଥିବା କୁହାଯାଇଛି ।
୫ମାସ ଧରି ଥିଲେ ବିଡିଓ : ବଦଳି ହୋଇଥିଲେ ଜଟଣୀ ତହସିଲଦାର ହୋଇ ୫ ମାସ ଧରି ସେ ଜଳେଶ୍ୱରର ବିଡିଓ କାର୍ଯ୍ୟ ତୁଲାଉଥିବା ବେଳେ ନିକଟରେ ତାଙ୍କୁ ଜଟଣୀ ତହସିଲଦାରଭାବେ ବଦଳି କରାଯାଇଛି । ଗତ ଜୁନ୍ ୧୭ ତାରିଖରେ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର ବିଜ୍ଞାପନ ନଂ ଆର୍ଡିଏମ୍-ଜିଓଇଏ/୦୦୩୧/୨୦୧୯/୯୩୩୭ ଅନୁଯାୟୀ ମୋଟ ୬ଜଣ ଜଣଙ୍କୁ ବଦଳି ହୋଇଛି । ସେଥିରେ ଅଶ୍ୱିନୀ କୁମାର ଦାସଙ୍କୁ ପଂଚାୟତରାଜ ବିଭାଗରୁ ରାଜସ୍ୱ ବିଭାଗକୁ ଡେପୁଟେସନ୍ରେ ଜଟଣୀ ତହସିଲଦାର କରି ବଦଳି କରାଯାଇଛି ।
ରିପୋର୍ଟ : ଭୂପତି ପରିଡା