ଭିଜିଲାନ୍ସ ହାତରେ ଦୁଇ ସରକାରୀ ଅଧିକାରୀ

ଭବାନୀପାଟଣା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଘରେ ଭିଜିଲାନ୍ସଙ୍କ ଚଢାଉ କରିଛି। ଏମ ରାମପୁରର ମୃତ୍ତିକା ସଂରକ୍ଷଣ ଅଧିକାରୀ ପୀତବାସ ମହାକୁଡ। ଭିଜିଲାନ୍ସ ଅଧିକାରୀମାନେ ପୀତବାସଙ୍କ ନିଜ ବାସଗୃହ ସମେତ ଅନ୍ୟାନ୍ୟ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରିଥିଲା। ଭିଜିଲାନ୍ସର ଦୁଇଟି ଟିମ ଦ୍ୱାରା ଚଢାଉ କରାଯାଇଥିଲା।
ସେହିପରି କେସିଙ୍ଗା ବ୍ଲକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣାଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ବାସୁଦେବଙ୍କ ବାସଗୃହ ସମେତ ଅନେକ ଘର ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା।