


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସୋମବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୩୫ଟି ଥାନାକୁ ଆଦର୍ଶ ଥାନା ଭାବେ ଘୋଷଣା କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବଡ ବଜାର ଥାନାକୁ ଆଦର୍ଶ ଥାନା ଭାବେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବଡ ବଜାର ଥାନା ପରିସରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋଡ଼, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଦକ୍ଷିଣାଞ୍ଚଳ ରେଞ୍ଜ ଡ଼ିଆଇଜି ଆଶିଷ ସିଂ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରାରମ୍ବିକ ସୂଚନା ଦେଇଥିଲେ । ଆଦର୍ଶ ଥାନା ଘୋଷଣା ହେବା ପରେ ଥାନାରେ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ପୁରଣ ହେବ । ଏହା ସହିତ ସମସ୍ତ ପଦବୀ ପୁରଣ କରିବା ସହିତ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା, ସାଧାରଣ ଲୋକ କିପରି ତୁରନ୍ତ ନ୍ୟାୟ ପାଇଁ ପାରିବେ ସେ ଦିଗରେ ଧ୍ୟାନଦେବା ସହ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଥିବା ବେଳେ ତାହା କିପରି ସଫଳ କରାଯିବ ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


