ଭିଡିଓ କନଫରେନ୍ସରେ ସୁଭଦ୍ରା ଯୋଜନାର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)‌ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ମିନି ଷ୍ଟାଡିୟମରେ ମଙ୍ଗଳବାର ବିଡ଼ିଓ ଦିବ୍ୟ ଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ଅଧ୍ୟକ୍ଷତାରେ ବହୁ ପ୍ରତିକ୍ଷୀତ ଭାରତର ଯଶଶ୍ରୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଛା ଭେଟି ଆଜି ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳା ଯାହାର ବୟସ ୨୧ ବର୍ଷ ରୁ ୬୦ ବର୍ଷ ମଧ୍ୟରେ ଥିବା ଗ୍ରାମାଞ୍ଚଳ ଓ ସାହାରାଅଂଚଳର ମହିଳା ମାନଙ୍କୁ ଆଜି ପ୍ରଥମ କିସ୍ତି ଟଙ୍କା ସିଧାସଳଖ ( ଡିବିଟି ) ଜରିଆରେ ପ୍ରେରଣା ହୋଇଥିବା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ଏହି ଯୋଜନାର ମୁଖ୍ୟ ଉର୍ଦ୍ଧେଶ୍ୟ ଓଡିଶାର ସମସ୍ତ ମହିଳା ମାନେ କିପରି ତାଙ୍କର ସାମାଜିକ ଅର୍ଥନୈତିକ, ଓ ଶିକ୍ଷା କ୍ଷେତ୍ର ରେ ସ୍ୱବଳମ୍ବି ହୋଇପାରିବେ ଏବଂ ଛୋଟରୁ ବଡ଼ ବ୍ୟବସାୟ କରି ଏକ ଆତ୍ମନିର୍ଭର ଶିଳ ପରିବାର ଗଠନ କ୍ଷେତ୍ରରେ ସହାୟକ ହୋଇପାଇବେ। ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତି ମାଧ୍ୟ୍ୟମରେ ଟଙ୍କା ମିଳିବ ପ୍ରତି କିସ୍ତି ରେ ୫ହଜାର ଲେଖାଁଏ ଏବଂ ପାଞ୍ଚ ବର୍ଷରେ ମୋଟ ୫୦ହଜାର ଟଙ୍କା ପାଇବେ ମହିଳା ମାନେ l ପ୍ରଥମ କିସ୍ତି ରାକ୍ଷୀପୂର୍ଣ୍ଣମି ଓ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ ଦିନ ଦିଆଯିବ ଏହି ସହାୟତା ରାଶି l ଏହି ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରଣୀ ସଦସ୍ୟ ଶିଶିର ମିଶ୍ର ,ମାଧବ ଗୈାଡ ,ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ରାମକୃଷ୍ଣ ମହାଙ୍କୁଡ଼ ଙ୍କ ସମେତ ଵହୁ ଦଳୀୟ କର୍ମୀ ଓ ପୋୖର ଉପଧ୍ୟାକ୍ଷା ସୁଚିତ୍ରା ପଣ୍ଡା ପୈାରପରିଷଦର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ,ସିଡିପିଓ ଶ୍ରମତୀ ଗାଙ୍ଗୀ ସୁବୁଦ୍ଧି,ପଞ୍ଚାୟତ ସମିତି ଉପଧ୍ୟାକ୍ଷୟ ସୁନୀଲ ଗନ୍ତାୟତ, ପୋଲିସ ପ୍ରଶାସନ ଅଧିକାରୀ ଏଵଂ ଫାଇର୍ ଷ୍ଟାଫ୍ ଶ୍ରୀ ସୁନୀଲ କୁମାର ମଳିକ, ଗ୍ରାମପଞ୍ଚାୟତ ଅଧିକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକରୀ,ବ୍ଲକ ଶିଶୁ ବିକାଶ ବିଜେପି,ରାଜ୍ୟ ଅନୁସୂଚିତ ଜାତି ,ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ଓଡିଶା ଜୀବିକା ମିଶନ ପ୍ରମୁଖଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ଏମ୍ବିକେ,ସିଆରପି, ଅଙ୍ଗନବାଡି, ଆଶାକର୍ମୀ, କୃଷି ମିତ୍ର, ପ୍ରାଣୀମିତ୍ର ସମେତ ସହ ସହ ମହିଳା ସ୍ୱୟଂସହାୟକ ଗୋଷ୍ଠିର ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ । ଏହି ଅବସରରେ କଳାକାର ବୃନ୍ଦ ସୁଭଦ୍ରା ଯୋଜନା ବିଷୟରେ ସଚେତନତା ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ :- ରଜତ ପଟ୍ଟନାୟକ