

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଗତକାଲି ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହ କରୋନା ଯୁଦ୍ଧରେ ସରପଞ୍ଚମାନଙ୍କ ସହଯୋଗ ଏବଂ କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଏଥିରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ୧୯ ଘଣ୍ଟା ଲକ୍ଡାଉନ ସମ୍ପର୍କରେ ଥିବା ଗାଇଡଲାଇନ ଉପରେ ସୂଚନା ଦିଆଯାଇଛି । ଏହାସହ କ୍ୱାରାଣ୍ଟାଇନ ସେଣ୍ଟର ପରିଚାଳନା ଉପରେ ସମୀକ୍ଷା କରାଯାଇଛି । ଲୋକଙ୍କୁ ଗାଇଡଲାଇନ୍, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଆଦି ନେଇ ସଚେତନ କରିବାକୁ ଜିଲାପାଳ ନିବେଦନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

