

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ସାଧାରଣ ସଂପାଦକ ଡଃ. କେ.ଆନନ୍ଦ ରାଓଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥୀ ଭାବେ ବିଶିଷ୍ଠ ମନସ୍ତୁତ୍ୱବିଦ୍ ଡ.ବସନ୍ତ କୁମାର ଦାସ ଯୋଗ ଦେଇ ଭିନ୍ନକ୍ଷମତାର କାରଣ, ନିରାକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ନିର୍ଦ୍ଦେଶକ ଡ.ସନ୍ତୋଷ କୁମାର ପାଢୀ, ବ୍ରହ୍ମପୁରସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ନିର୍ଦ୍ଦେଶକ ଲୋକନାଥ ମିଶ୍ର, ସାମାଜିକ କର୍ମୀ ମିତେନ କୁମାର ଭୁୟାଁ ଓ ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ ଯୋଗ ଦେଇ ଭିନ୍ନକ୍ଷମତାର ନିରାକରଣ ଓ ଥଇଥାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସମସ୍ତେ ମିଶି ଏମାନଙ୍କ ପାଇଁ କାମ କରିଲେ ଏକ ସୁନ୍ଦର ସମାଜର ଗଠନର ସ୍ୱପ୍ନ ସାକାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ସୁଦର୍ଶନ ପାଢୀ ନୃତ୍ୟ ପରିବେଶଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ । ଏହି ଅବସରରେ ଯୋଗଦେଇଥିବା ଭିନ୍ନକ୍ଷମମାନଙ୍କୁ କମ୍ବଳ ଓ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭ ଶିକ୍ଷାବିତ୍ ଦୀପକ କୁାମର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମର୍ଥ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ ଦେଇଥିଲେ । ଶେଷରେ କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




