ଭିନ୍ନ ଭିନ୍ନ ଦୁଃର୍ଘଟଣା: ଅଟୋ-ଇଣ୍ଡିକା ଧକ୍କାରେ ଅଟୋ ଡ୍ରାଇବାର ମୃତ୍ୟୁ,ଅନ୍ୟ ୨ ଗୁରୁତର …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଥାନା ଅଧିନସ୍ଥ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଅଟୋ-ଇଣ୍ଡିକା ଧକ୍କାରେ ଜଣେ ମୄତ୍ୟୁ ବରଣ କରିଥିବା ବେଳେ, ସ୍କପିଓ ଓଲଟି ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗଞ୍ଜମ ବ୍ଲକ ଅନ୍ତର୍ଗତ କୁଶପଲ୍ଲୀ ନିକଟସ୍ଥ ଚାମୁଣ୍ଡା ଛକରେ ଏକ ସ୍କର୍ପିଓ OR-07Y-4999 ଓଲଟି ପଡିବାରୁ ଭିତରେ ବସିଥିବା ଲୋକମାନେ ଆହତ ହୋଇଥିଲେ । ସେଥିମଧ୍ୟରୁ ସାଇକ୍ରିଷ୍ଟା ସାହୁ (୧୦) ଲକ୍ଷ୍ମୀ ସାହୁ (4୦) ଗୁରୁତର ଆହତ ହୋଇଥିଲେ । ଏହି ଦୁଃଘଟଣା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଗଞ୍ଜାମ ବିଜେଡି ଛାତ୍ର ସଭାପତି ଲିଙ୍ଗରାଜ ମହାପାତ୍ର (ସାନ) ୧୦୮ ଆମ୍ବୁଲାନ୍ସ ଡାକି ଆହତଙ୍କୁ ଛତ୍ରପୁର ପଠାଇଥିଲେ । ସେଠାରେ ସେହି ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେହିପରି ରମ୍ଭା ଥାନା ଅନ୍ତର୍ଗତ ସାନଘାଟି ମାତାଳଖାଇ ମନ୍ଦିର ନିକଟରେ ଏକ ଅଟୋ OD07X3058କୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ହୁଣ୍ଡା ସିଟି କାର 0D02U9738 ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ସୁନୀଲ କୁମାର ସାନବଡ଼ିର ମୄତ୍ୟୁ ଘଟିଥିଲା । ଖାଲିସାଇ ରମ୍ଭା IIC କୃଷ୍ଣ ଚନ୍ଦ୍ର ସେଠି, ଏଏସଆଇ କାଳିପ୍ରସାଦ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ୍ୟୁ ବରଣ କରିଥିବା ସୁନୀଲର ଘର ସୋରଡ଼ାର କୃଷ୍ଣନିଳା ସାହି । ଗୋଟିଏ ପରିବାର ତିନୋଟି ଅଟୋ ଭଡା କରି ବାଲୁଗାଁ ଯାଉଥିବା  ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା