ଭିଲାଇ ଷ୍ଟିଲପ୍ଲାଣ୍ଟ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ, ୬ ମୃତ, ୧୪ ଗୁରୁତର

ରାୟପୁର: ଆଜି ଅପରାହ୍ଣରେ ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ୩୦ କିଲୋମିଟର ଦୂର ଭିଲାଇ ସହରରେ ଥିବା ଷ୍ଟିଲ ପ୍ଲାଣ୍ଟର ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ଘଟିଥିଲା। କୋକ ଓଭନ ସେକ୍ସନ ନିକଟରେ ଏହି ବିସ୍ଫୋରଣ ଘଟିବାରୁ ୧୨ ଜଣ ଭୟଙ୍କର ଭାବେ ପୋଡ଼ି ହୋଇ ଯାଇଥିଲେ। ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଘଟିଛି।

ପରବର୍ତ୍ତୀ ଅବସ୍ଥାରେ ମୋଟ୍‌ ୧୪ ଜଣ ଆହତ ହୋଇଥିିବା ଜଣାପଡ଼ିଛି। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ମଧ୍ୟ ଅନୁରୂପ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୫୦ ଜଣ ଆହତ ହୋଇଥିଲେ।