

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଭୁବନେଶ୍ୱରରୁ ସେ ଯାଇନପାରି ଭୁବନେଶ୍ୱର ଏୟାରପୋର୍ଟରୁ ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି । ଯୋଗୀ ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଓ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ଥିଲା । ତେବେ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଉଡ଼ାଣ ଅନୁମତି ଅନୁମତି ଦେଇନଥିଲେ କର୍ତ୍ତୃପକ୍ଷ । ଯିବା ସମ୍ଭବ ନହେବାରୁ ଯୋଗୀ ଆଦିତ୍ୟନାଥ ବାଧ୍ୟ ହୋଇ ଟେଲିଫୋନରେ ଭାଷଣ ଦେଇଥିଲେ । ଏନେଇ ବିଜେପି ସାଂସଦ ପ୍ରାର୍ଥୀ ଐରଖାରବେଳ ମହାମେଘବାହାନ ସ୍ୱାଇଁ କହିଛନ୍ତି-“ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବାର ଥିଲା । ମାତ୍ର ବିମାନ ବିଳମ୍ୱରେ ଆସିବାରୁ କୌଣସି କାରଣରୁ ଅବତରଣ କରିପାରିନଥିଲା । ତେଣୁ ଯୋଗୀ ମୋବାଇଲ୍ ଜରିଆରେ ସମ୍ୱୋଧିତ କରିଥିଲେ ।” ସୂଚନାଯୋଗ୍ୟ ଯୋଗୀ ଅଦିତ୍ୟନାଥ ବ୍ରହ୍ମପୁର ଗସ୍ତ କରି ସେଠାରେ ବିବେକ ବିହାରରେ ଆୟୋଜିତ ଦଳୀୟ ସଭାସ୍ଥଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ବ୍ରହ୍ମପୁର ଲୋକସଭା ପ୍ରାଥୀ ଭୃଗୁ ବକ୍ସିପାତ୍ର ଓ କନ୍ଧମାଳର ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପାଇଁ ଯୋଗୀ ପ୍ରଚାର ପାଇଁ ଓଡିଶା ଆସିଥିଲେ । ଅନ୍ୟପକ୍ଷେରେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ଷ୍ଟାର ପ୍ରଚାରକ ବ୍ରହ୍ମପୁର ଓ ଫୁଲବାଣୀରେ ଅନୁପସ୍ଥିତ ରହିବା ପରେ ଫଳରେ ସମର୍ଥକଙ୍କ ମନରେ ଆଘାତ ପହଞ୍ଚିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







