
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି । ସେ ୨୩,୮୩୯ ଭୋଟରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଅପରାଜିତା ୪ ଲକ୍ଷ ୮୬ ହଜାର ୮୮୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକ ୪ ଲକ୍ଷ ୬୩ ହଜାର ୧୫୨ ଖଣ୍ଡ ଭୋଟ ପାଇଛନ୍ତି ।