ଭୁଲ ସମ୍ବାଦ ପରିବେଷଣ କଲେ ଦଣ୍ଡ ଭୋଗିବେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭୁଲ ସମ୍ବାଦ ପରିବେଷଣ କଲେ ଦଣ୍ଡ ଭୋଗିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଭୁଲ ତଥ୍ୟ ପରିବେଷଣ କଲେ ସାଧାରଣ ଲୋକଙ୍କୁ ପରିଭ୍ରମିତ କରୁଛି । ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଭୁଲ ସୂଚନା ଦେଇ ଆତଙ୍କ ସୃଷ୍ଟି ନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଲକଡାଉନ ବେଳେ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିଡ଼ିଓମାନେ ତାଙ୍କ ଅଞ୍ଚଳର ଖବରଦାତା ମାନଙ୍କୁ ସଚେତନ କରାଇବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା