ଭୂ-ଅର୍ଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଆରଡ଼ିସି …

ଛତ୍ରପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଅଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗା ଆଓ ଛତ୍ରପୁର ସ୍ଥିତ ସ୍ୱତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟକୁ ଶୁକ୍ରବାର ଦିନ ପରିଦର୍ଶନ କରିଥିଲେ । ଭୂ-ଅର୍ଜନ କାର୍ଯ୍ୟାଳୟର ସମସ୍ତ ନଥିପତ୍ର ଆରଡିସି ଯାଞ୍ଚ କରିଥିଲେ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବାବଦରେ ବଣ୍ଟନ ପାଇଁ ବକେୟା ରହିଥିବା କ୍ଷତିପୂରଣ ସମ୍ପର୍କରେ ପଚାରିବା ସହ ଲୋକମାନଙ୍କୁ ଦିଆଯାଉଥିବା ଅତିରିକ୍ତ ପ୍ୟାକେଜ ଉପରେ ପଚାରି ବୁଝିଥିଲେ । ଯେଉଁମାନେ ଏହା ପାଇବାକୁ ବାକି ରହିଛନ୍ତି ସେମାନଙ୍କୁ ତୁରନ୍ତ ଆର୍ଥିକ ରାଶି ପ୍ରଦାନ କରିବାକୁ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଅଶୋକ କୁମାର ଦାସଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା