ଭୋଟ ଦେଉଛି ଓଡ଼ିଶା : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର(ସମୃଦ୍ଧଓଡିଶା) ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ୟବସ୍ଥା କରାଯାଉଛି । ତେଣୁ ଵ୍ୟସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ୟରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରିର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ୟାମ୍ପ୍ ରେ ମତଦାନ କରିଥିବା ଲୋକେ ଏଇ ଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ୟ ସମସ୍ତ ଅଂଚଳରେ ମଧ୍ୟ ସମସ୍ତେ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ୟ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର

Swibhiman Area of Malkangiri voting in full vigor and enthusiasm: CEO

Bhubaneswar :The Swabhiman area of Malkangiri which voted in a BSF camp in General Election -2019 is queuing this time in 23 polling booths with full vigor and enthusiasm to participate in the biggest celebration of democracy for exercising their voting right. In 2019, the erstwhile cut off area had voted in a single BSF camp at Jantapai where voters of 9 panchyats had casted their votes. People from far-flung areas like Dhuliput, Sarkubandh, Andrapali & Panasput had to travel several kilometres to reach the polling booth with lot off difficulties and the voting percentage was a meager 25.77 percent. With the efforts of the the election machinery the Swabhiman anchal is witnessing a complete reversal of the story this time. Voters of all the 23 booths are queuing in their respective booths to exercise their democratic right of voting. In last five years Administration has connected villages by constructing all weather roads and high label bridges. Construction of basic infrastructure has paved path for setting up of Polling stations in villages. The people of the Swabhiman area have reciprocated well to these efforts and the voting percentage has already touched 21 percent by 11 AM. This is a milestone in every sense and the people of the Swabhiman area are setting an example by participating in the biggest festival of the Indian Democracy; Chief Electoral Officer Sri Nikunja Bihari Dhal has added.

Report by Binayaka Mishra, Public Relation Officer