ଭୋଳାସିଙ୍ଗି ଗ୍ରାମବାସୀ ଏକ ହେବା :ବାଲି ଲିଜକୁ ବନ୍ଦକରିବା-ସ୍ଲୋଗାନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ଧାରଣା…

ଛତ୍ରପୁର(ନିମାଇଁ ଚରଣ ପଣ୍ଡା)ଗଂଜାମ ଜିଲ୍ଲା ପ୍ରଶାସନ ବାହୁଦା ନଦୀର ବାଲି ଲିଜ ଦେଇ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିବାବେଳେ ନଦୀତଟରେ ରହୁଥିବା ବାସିନ୍ଦା ବନ୍ୟାରେ ବିଶେଷ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ସକାଳେ ଚିକିଟି ବ୍ଲକର ଭୋଳାସିଙ୍ଗି ଗ୍ରାମର ସମସ୍ତ ଗ୍ରାମବାସୀ ଛତ୍ରପୁର ଆସି ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଧାରଣାରେ ବସିଥିଲେ । ତୁରନ୍ତ ନଦୀ ବାଲି ଲିଜ ବନ୍ଦକରିବାକୁ ଦାବିକରି ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଥଲେ । ଉଲ୍ଲେଖ ଥିଲା ଯେ ଚିକିଟି ବ୍ଲକରେ ବାହୁଦା ନଦୀ ପ୍ରବାହିତ ହେଉଛି । ନଦୀର ଦକ୍ଷିଣ ପାର୍ଶ୍ଵରେ ଭୋଳାସିଙ୍ଗି ଗାଁ ରହିଛି । ବାଲି ଲିଜ ଦିଆଯାଉ ଥିବାରୁ ପ୍ରତ୍ୟେକ ବର୍ଷ ନଦୀ କ୍ରମଶଃ ଖାଲ ହୋଇହୋଇ ଯାଉଛି । ଫଳରେ ବର୍ଷା ହେଲେ ଘରେ ପାଣି ପଶୁଛି । ତିତିଲି ବନ୍ୟାରେ ନାହିଁ ନଥିବା ପାଣି ପ୍ରବେଶ କରି ଗାଁର ରାସ୍ତାଘାଟ ଠାରୁ ଆରମ୍ଭ କରି ଘରଦ୍ୱାର ପାଣିରେ ବୁଡିଗଲା । ନଦୀ କୂଳ ଖାଇଯିବାରୁ ଗ୍ରାମର କଂକ୍ରିଟ ରାସ୍ତା ମଧ୍ୟ ଧୋଇ ହୋଇଗଲା । ନଦୀର ପାଣି କମିଯିବାରୁ ବାଲି ନେବାପାଇଁ ଲୋକଙ୍କର ଭିଡ଼ ଜମିଛି । ଅସାମାଜିକ ବ୍ୟକ୍ତିମାନେ ବାଲି ନେବାବେଳେ ଗାଁରେ  ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଘଟାଉଛନ୍ତି । ଏସମ୍ପର୍କରେ ଆମ ବିଧାୟିକା ଓ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ଫଳ ପ୍ରଦ ହେଉନାହିଁ ବୋଲି ଅଭିଯୋଗ କରି ଗାଁର ସମସ୍ତ ଲୋକ ଜିଲ୍ଲାପାଳଙ୍କ ଅଫିସ ଆଗକୁ ଉଠି ଆସିଛନ୍ତି । ସମାଧାନ ନ ହେବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ ଧରି ବସିଛନ୍ତି । ଆଉମଧ୍ୟ ସରକାର ବଳି ଲିଜ୍ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦକରିବାକୁ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଗ୍ରାମର କିଛିକ୍ଷତି ହେଲେ ସରକାର ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଧାରଣା ସ୍ଥଳକୁ ପୋଲିସ ପହଞ୍ଚି…..ଦେଖନ୍ତୁ ଭିଡିଓକୁ …..