ଭ୍ରାମ୍ୟମାଣ ରକ୍ତଦାନ ଶିବିର:ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରଥମ ରକ୍ତଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଭ୍ରାମ୍ୟମାଣ ରକ୍ତଦାନ ଶିବିରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ପ୍ରଥମେ ରକ୍ତଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଥିବା ଜଣାପଡିଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରାଦେଶରେ ଓ ରାଜ୍ୟରେ ଲକଡାଉନ କଡାକଡି ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି ଲକଡାଉନକୁ ଜିଲ୍ଲାପାଳ କଡାକଡି କରି ସାରା ରାଜ୍ୟରେ ସଫଳତାର ନାଁ ନେଇଛନ୍ତି । ଫଳରେ ଲୋକେ ଆଦୌ ବାହାରକୁ ବାହାରିବା ସମ୍ପୂର୍ଣ୍ଣ ନିଷେଧାଜ୍ଞା ହୋଇଯାଇଛି । ଏଥି ମଧ୍ୟରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ସଂଗ୍ରହ ପାଇଁ ଏକ ଭାମ୍ୟମାଣ ରକ୍ତଦାନ ଗାଡି ବୁଲୁଥିବା ଦେଖିବାକୁ ମିଳିଛି । ଏହିଗାଡି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ଅଲାରିଗଡ଼ରେ ପ୍ରଥମେ ପହଞ୍ଚି ରକ୍ତ ସଂଗ୍ରହ କରିଥିଲା । ଏହି ରକ୍ତଦାନ ଶିବିରରେ ଗଞ୍ଜାମ ଜିଲ୍ଲାପାଳ ପ୍ରଥମେ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲେ । ଏହି ରକ୍ତ ସଂଗ୍ରହ ଗାଡି ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା