


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅରବିନ୍ଦ ନଗର ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନର ରେଡ଼ିଏଟର ଫାଟିଯିବାରୁ ସମ୍ମୁଖରେ ବସିଥିବା ୪ ଜଣ ଛାତ୍ର ଏଥିରେ ଆହତ ହୋଇଛନ୍ତି । ରେଡ଼ିଏଟରରୁ ନିର୍ଗତ ଗରମ ପାଣି ପିଲାମାନଙ୍କ ଶରୀରରେ ପଡ଼ିବାରୁ ଫୋଟକା ହୋଇଯାଇଛି । ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା କରାଯାଇଛି । ଏହି ସ୍କୁଲ ଭ୍ୟାନରେ ୨୦ ରୁ ଉର୍ଦ୍ଧ ପିଲା ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ଭ୍ୟାନ୍ ଟି ପୁରୁଣା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

