ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ । ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ ହୋଇନାହିଁ । ପୂବରୁ ମଇ ପ୍ରଥମ ସପ୍ତାହରେ ଫଳାଫଳ ବାହାରିବାର ଥିଲା । କିନ୍ତୁ ବାତ୍ୟା ଯୋଗୁଁ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଏପ୍ରିଲ୍ ୫ତାରିଖରୁ ମୂଲ୍ୟାୟନ ସରିଥିଲା । ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଥିଲା । ଫଳ ପ୍ରକାଶନ ବିଳମ୍ବ ନକରିବା ପାଇଁ ଦୀର୍ଘ ଉତରମୂଳକ ମୂଲ୍ୟାୟନ ଲିଥିବା ବେଳେ ରାଜ୍ୟ ବାହାରର ଏକ କମ୍ପ୍ୟୁଟର ଫାର୍ମରେ ଓଏମଆର୍ ମୂଲ୍ୟାୟନ ମଧ୍ୟ ଲିଥିଲା । ମଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ସମସ୍ତ ପ୍ରସ୍ତୁତି ଥିଲା । କିନ୍ତୁ ବାତ୍ୟା ଫୋନି ଯୋଗୁଁ ବିଦ୍ୟୁତ୍ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ହୋଇଛି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା । ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଅ ।ରମ୍ଭ ହୋଇଥିଲା । ଗତବର୍ଷ ମେ୭ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।
ରିପୋର୍ଟ : ଆକାଶ ମିଶ୍ର