ରାଉରକେଲା: (ସମୃଦ୍ଧଓଡିଶା)ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମିଳିତ ଆନୁକୂଲ୍ୟରେ ମକର ମିଳନ ଉପଲକ୍ଷେ ଏକ ଆଲୋଚନାଚକ୍ର ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ ପ୍ରଚାରକ ବିଷ୍ଣୁ ପାତ୍ର ଉଦଘାଟକ ଭାବେ, ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ମୁଖ୍ୟଅତିଥି ଓ ବିଦ୍ୟାମନ୍ଦିର ର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ମକର ସଂକ୍ରାନ୍ତି ପର୍ବକୁ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଉଥିଲେ ମଧ୍ୟ ସବୁଆଡେ ଗୋଟିଏ ଉଦ୍ଦେଶ୍ୟ ନେଇ ଏହି ପର୍ବ ପାଳିତ ହୁଏ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପୃଥିବୀବାସୀଙ୍କ ପାଇଁ ବରଦାନ ସଦୃଶ। ମକର ସଂକ୍ରାନ୍ତି ରେ ଧାର୍ମିକ ଏବଂ ସାମାଜିକ କର୍ମର ବିଶେଷ ମହତ୍ତ୍ଵ ରହିଛି। ଏହି ଦିନ ପିତା, ମାତା ଓ ଗୁରୁଜନଙ୍କ ପୂଜା କରାଯାଇଥାଏ। ତେଣୁ ଏହି ଦିନର ଗୁରୁତ୍ବ ଆମ ପରମ୍ପରାରେ ଅଧିକ। ପ୍ରାରମ୍ଭରେ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ହୋଇଥିବା ଗୁଡି ଉଡା ପ୍ରତିଯୋଗିତାକୁ ଉଦ୍ଘାଟକ ଶ୍ରୀ ପାତ୍ର ଉଦଘାଟନ କରିଥିଲେ। ଏହି ଅବସରରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା , ଶିକ୍ଷାବିତ, ଗାଳ୍ପିକା ସୁଜାତା ପ୍ରଧାନଙ୍କୁ ଉତ୍ତରାୟଣ ସମ୍ମାନ ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମିନି ଗଳ୍ପ ପଠନ ଓ କବିତା ଆବୃତ୍ତି ପର୍ବରେ କାଳାଂଶ ପରିଚାଳନା ଅଧ୍ୟାପକ ଜ୍ଞାନରଞ୍ଜନ ତ୍ରିପାଠୀ କରିଥିବା ବେଳେ ଗାଳ୍ପିକ କାଶୀନାଥ ନନ୍ଦୀ ସଭାପତିତ୍ବ କରିଥିଲେ। ଗାଳ୍ପିକ ଅଜୟ କୁମାର ମହାନ୍ତି ଓ ସଞ୍ଜୀବ କୁମାର ଭୋଇ ଗଳ୍ପ ପାଠ କରିଥିଲେ। କବି କୁଞ୍ଜବିହାରୀ ରାଉତ ଓ ଅଧ୍ୟାପିକା ଅଳକା ମହାନ୍ତି ଙ୍କ ସଂଯୋଜନାରେ ସର୍ବଶ୍ରୀ ଅଜୁ ମେହେର, ସ୍ମୃତି ରଞ୍ଜନ ରଥ, ଦୁଷ୍ମନ୍ତ ଦୀପ୍,ଆନିମା ମୁଣ୍ଡା, ସୈାମ୍ୟରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ରେଖା ମହାନ୍ତି, ଅନୁରାଧା ଦାସ, ଲଳିତା ବେହେରା, ପୁଷ୍ପଲତା ବିଶ୍ବାଳ, ସୁମିତ୍ରା ମିଶ୍ର, ମମତା ଜେନା,ସ୍ନେହାଞ୍ଜଳି ରାଉତ, ସବିତା ମହାପାତ୍ର, ରଶ୍ମି ସାହୁ, ସସ୍ମିତା ପ୍ରଧାନ, ଅଧ୍ୟାପିକା ଧରିତ୍ରୀ ପାଇକରାୟ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ସଭାପତି ଶ୍ରୀ ନନ୍ଦୀ ଗଳ୍ପ ଓ କବିତା ଗୁଡିକୁ ସମୀକ୍ଷା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ନୂତନ ସଦସ୍ୟ ଭାବେ ନିରୁପମା ପତି, ସୁସ୍ମିତା ମହାପାତ୍ର, ଜ୍ଞାନରଞ୍ଜନ ତ୍ରିପାଠୀ, ସୁଶାନ୍ତ କୁମାର ମହାନ୍ତି, ଅଳକା ମହାନ୍ତି, ଧରିତ୍ରୀ ପାଇକରାୟ, ଡ଼ଃ ଅପର୍ଣ୍ଣା ଧର, ଡ଼ଃ ସୁଶାନ୍ତ କୁମାର କିଷାନ, ଅଜୟ କୁମାର ମହାନ୍ତି, ଆକାଶ କୁମାର ଦାସ, ମନୀଷା ସାହୁ,ଶୀଲା ଓରାମ,ନୀଳଶ୍ରୀ ସାହୁ, ଚନ୍ଦ୍ରିକାରାଣୀ ପଣ୍ଡା, ସୁମିତ୍ରା ମିଶ୍ର, ମମତା ଜେନା, ଲଳିତା ବେହେରା, ଅନୁରାଧା ଦାସଙ୍କୁ ଉତ୍ତରୀୟ ଓ ନାରିକେଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଡିଉଡା ପ୍ରତିଯୋଗିତା କୁ ସହସମ୍ପାଦକ ମନୋଜ କୁମାର ଚୈ।ଧୁରୀ , ଦୀନବନ୍ଧୁ ରଥ,ପ୍ରମୋଦ କୁମାର ମହାନ୍ତି, ଶ୍ୟାମସୁନ୍ଦର ସେଠୀ, ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ସମ୍ପାଦନା କରିଥିବାବେଳେ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ପରିଷଦର ସାଧାରଣ ସମ୍ପାଦକ ଡ଼ଃ ସୁଷମା ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ