ମଙ୍ଗଳପୁର ଗ୍ରାମର ଗ୍ରହରାଜ ଶନିଶ୍ଚରଙ୍କ କଳସ ଯାତ୍ରା

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳର ମଙ୍ଗଳପୁର ଗ୍ରାମରେ ମନୋରଞ୍ଜନ ସାହି (ରଗଡି ସାହି) ସ୍ଥିତ ଶନିଶ୍ଚର ମନ୍ଦିରରେ, କାର୍ତ୍ତିକ ମାସରେ ଶନିଶ୍ଚର ବ୍ରତ ଏକ ମାସ ପାଇଁ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସର ପ୍ରଥମ ଶନିବାର ୨୭ ତାରିଖ ଦିନ କଳସ ଯାତ୍ରା ହୋଇଥିଲା । ଏହି ଯାତ୍ରାରେ ୨୫୦ରୁ ଉର୍ଦ୍ଧ ଭକ୍ତ କଳସ ଧରି ଗ୍ରାମ ପରିକ୍ରମା କରିବା ସହ ସଙ୍କୀର୍ତ୍ତନ ଓ ବାଦ୍ୟ ଯନ୍ତ୍ରର ଶବ୍ଦରେ ଗ୍ରାମର ଶୋଭା ବର୍ଦ୍ଧନ କରିଥିଲେ । ଏହି ଶନିଶ୍ଚର ପୂଜାକୁ ଗତିକୃଷ୍ଣ ସେନାପତି, ବିଷ୍ଣୁଚରଣ ବରାଳ ଓ ଗଦାଧର ସ୍ୱାଇଁ ପରିଚାଳନା କରିଥିଲେ ଏବଂ ଶରତ କୁମାର ଦାଶ ଏହାର ପୂଜାର୍ଚ୍ଚନା କରିଥିଲେ । ସଦ୍ଧ୍ୟା ୭ଟା ସମୟରେ କିଛି ଦଳ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।  ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।