

ଦଶରଥପୁର(ସମୃଦ୍ଧଓଡିଶା) ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟୀ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣେଇଥିଲେ | ସଂଘର ସଭାପତି ଜୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ସମ୍ପାଦକ ସତ୍ୟରଞ୍ଜନ ସାହୁ,କୋଷାଧକ୍ଷ ପ୍ରତାପ କୁମାର ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ସଞ୍ଜୟ ରାୟ ପ୍ରମୁଖ ଥାନା ଅଧିକାରିଣୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ତାଙ୍କ ଭବିଷ୍ୟତ ଜୀବନର ଉଜ୍ୱଳ କାମନା କରିଥିଲେ | ଏଥିସହ ୨୦୨୪ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ଥାନା ଅଧୀନରେ ଥିବା ଗ୍ରାମ ଗୁଡିକରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ବିଷୟରେ ଗୁରୁତ୍ୱ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା | ଦାବିକୁ ଦୃଷ୍ଟିରେ ରଖି ଆଇଆଇସି ଚିନ୍ମୟୀ ସାହୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ମତ ରଖିବା ସହ ସଂଘର ପ୍ରସ୍ତାବକୁ ସ୍ୱାଗତ ଜଣାଇଥିଲେ |
ରିପୋର୍ଟ : ରଜତ ମହାପାତ୍ର