ପିପିଲି(ସମୃଦ୍ଧଓଡିଶା)ଆଜି ପିପିଲି ବ୍ଲକର ମଣ୍ଡଳ ସ୍ତରୀୟ “ନିପୁଣ ଓଡିଶା ମିଶନ” ର ଶୁଭାରମ୍ଭ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇ ସ୍କୁଲ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି. ବ୍ଲକ୍ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନନ୍ଦ ଙ୍କ ସଭାପତିତ୍ବରେ ଆୟୋଜିତ ସଭା କୁ ସି ଆର୍ ସି ସି ଚିନ୍ତାମଣି ଓଝା ପରିଚାଳନା କରିଥିଲେ. ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଶ୍ରିତ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଜିଲା ଶିକ୍ଷା ପ୍ରଶିକ୍ଷଣ ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ପୀତବାସ ସେଠି, ଗୋପବନ୍ଧୁ ମେମୋରିଆଲ ହାଇ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଷଡଙ୍ଗୀ, ସହକାରୀ ଶିକ୍ଷାଧିକାରୀ ସାହେବ୍ ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ନାୟକ ଯୋଗଦେଇ “ନିପୁଣ ଓଡିଶା ମିଶନର ” ଲୋଗୋ କୁ ଉନ୍ମୋଚନ କରି ସେମାନଙ୍କ ବକ୍ତବ୍ୟରେ ଭାରତ ସରକାରଙ୍କ ଦ୍ଵାରା ପ୍ରଣିତ ନୂତନ ଶିକ୍ଷା ନୀତି 20 20 ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ. ପ୍ରାଥମିକ ସ୍ତର ରୁ କୁନି କୁନି ପିଲାମାନଙ୍କୁ ସମସ୍ତ ମୌଳିକ ଓ ବୌଦ୍ଧିକ ଜ୍ଞାନ ପ୍ରଦାନ କରି ସବୁ କ୍ଷେତ୍ରରେ ପିଲାମାନଙ୍କୁ ନିପୁଣ କରାଇବା ଏହି ଶିକ୍ଷା ବ୍ୟବସ୍ଥା ର ଲକ୍ଷ ବୋଲି ପ୍ରକାଶ କରିଥିଲେ. ଏହି କାର୍ଯ୍ୟକ୍ରମରେ ପିପିଲି ବ୍ଲକ୍ ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲ
ରିପୋର୍ଟ : ରଜତ ମହାପାତ୍ର