ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକ ଗେରେଙ୍ଗାଗୁଡା ଗ୍ରାମର ଯୁବକ ଆନ୍ତ ନିବିହାର (୨୦) ରବିବାର ବିଦ୍ୟୁତ୍ ଆଘାତରେ ମୃତ୍ୟୁ କରିବା ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ଆରମ୍ଭ ହୋଇଥିଲା । କ୍ଷତିପୂରଣ ଦାବିରେ
ଗ୍ରାମବାସୀ ଚନ୍ଦ୍ରପୁର ସଦରରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତାରୋକ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏଁ ବିଦ୍ୟୁତ୍ କର୍ମଚାରୀ ନିଯୁକ୍ତି ଓ ମୃତ ପରିବାରର ଜଣଙ୍କୁ ଚାକିରି ପ୍ରଦାନ ପାଇଁ
ରାସ୍ତାରୋକ୍କାରୀମାନେ ଅଡ଼ି ବସିଥିଲେ । ଖବର ପାଇ ବିଷମକଟକ ଏସଡିପିଓ ଚନ୍ଦ୍ରଶେଖର ହୋତା, ବିଦ୍ୟୁତ୍ ବିଭାଗ ଏସଡିଓ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏହାସହ ମୃତଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ ହଜାର, ବିଦ୍ୟୁତ୍ ବିଭାଗ ପକ୍ଷରୁ ୧୦ ହଜାର, ନେସନାଲ ଫେମିଲି ବେନିଫିଟ୍ ସ୍କିମ୍ ପକ୍ଷରୁ ୨୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ୍ ହଟିଥିଲା । କାଳବୈଶାଖୀ ପ୍ରଭାବରେ ପଡିଯାଇଥିବା ବିଦ୍ୟୁତ୍ ଖୁଣ୍ଟ, ଚିଣ୍ଡି ଯାଇଥିବା ତାର ଓ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍ କରଣ କରାଯିବ ବୋଲି ବିଦ୍ୟୁତ୍ ବିଭାଗର ଏସ୍ଡିଓ କହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ