ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହର ଚାଲିଥିବା ବେଳେ ଲୋକ ମାନେ ଭୟଭୀତ ହୋଇ ରହିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇ ବିଭିନ୍ନ ପ୍ରକାର କଟକଣା ଜାରି କରଯାଇଛି । ଏହାସହ ଅମାନିଆଙ୍କୁ ସାବାଡ଼ କରିବା ଲାଗି ବିଭିନ୍ନ ଜାଗାରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଏଥିପାଇଁ ଗରିବ, ଅସହାୟ ଓ ଦିନମଜୁରିଆ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଚଳୁଛନ୍ତି । ଏମିତି କି ଗାଈଗୋରୁ ବୁଲା କୁକୁର ମାନେ ମଧ୍ୟ ଖାଇବାକୁ ନ ପାଇଁ ଜୀବନ ହରାଉଛନ୍ତି । ଏଭଳି ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ କିଛି ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ଜଣେ କଂଗ୍ରେସ ଯୁବ ସ୍ୱାଭିମାନ ସମାଜ ସେବୀ ଶିବରାମ ପାତ୍ର କହିଛନ୍ତି ଯେ ମତେ ଯୋଦ୍ଧା ଉପାଧି ନ ମିଳୁ କିନ୍ତୁ ଲୋକଙ୍କୁ ସଚେତନ ଓ ସାହାଯ୍ୟ କରିବା ପାଇଁ ସୁଯୋଗ ମିଳୁ । ଏହାସହ ସେ କହିଛନ୍ତି ଯେ, କୋରନା ଆରମ୍ଭ ହେବା ଠୁ ଆଜି ପର୍ଯ୍ୟନ୍ତ ସେବା ଜାରି ରଖିଛନ୍ତି ଗଞ୍ଜାମ ଜିଲ୍ଲାରେ ଯୁବ କଂଗ୍ରେସ କର୍ମୀଙ୍କ ସହିତ ଦୁଃଖ ସୁଖରେ ଲୋକଙ୍କ ସହାୟତାରେ ଆଗେଇ ଚାଲିଥିବା ଏକମାତ୍ର କଂଗ୍ରେସ ସନ୍ତାନ ହେବା ମତେ ଆନନ୍ଦ ମିଳୁଛି । ବର୍ତ୍ତମାନ ସୁଯୋଗ ଆସିଛି ଲୋକଙ୍କ ପାଖରେ ପହଞ୍ଚିବା ସାହାଯ୍ୟ କରିବା । ଶିବରାମଙ୍କ ଏଭଳି ଚିନ୍ତାଧାରା ଓ କାମକୁ ନେଇ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସା କରାଯାଉଛି ଏବଂ ଯଦି ପ୍ରତ୍ୟେକ ବ୍ୟକ୍ତି ଏଭଳି ଚିନ୍ତା କରି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ତେବେ ବହୁ ଲୋକଙ୍କ ଜୀବନ ବଞ୍ଚି ଯାଇପାରିବ । ଆଉ କେବେ ବି କୌଣସି ବ୍ୟକ୍ତି ଭୋକ ଉପବାସରେ ଛଟପଟ ହୋଇ ଜୀବନ ହରାଇପାରିବେ ନାହିଁ । ତେଣୁ ପ୍ରତ୍ୟେକ ଲୋକ ଶିବରାମଙ୍କ ଭଳି ଚିନ୍ତା କରିବା ଆବଶ୍ୟକ ଏବଂ ଲୋକଙ୍କୁ ସାହାଯ୍ୟ କରି ଆନନ୍ଦ ଅନୁଭବ କରିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।
1 thought on “ମତେ ଯୋଦ୍ଧା ଉପାଧି ନ ମିଳୁ, କିନ୍ତୁ ଲୋକଙ୍କୁ ସଚେତନ ଓ ସାହାଯ୍ୟ କରିବା ପାଇଁ ସୁଯୋଗ ମିଳୁ : ଶିବରାମ ପାତ୍ର…”
Comments are closed.
Sibajee patanik. PN 9437259982.parlakhmudi