ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାସ୍ଥ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ କୃଷି-ଶିକ୍ଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଡୁରା ସ୍ଥିତ ରାମନାରାୟଣ ମହାବିଦ୍ୟାଳୟର ବରିଷ୍ଠ ଇହିହାସ ବିଭାଗ ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ କୃଷିର ଇତିହାସ ଓ ଏହାର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଡୁରା ନେସନାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କୃଷିଶିକ୍ଷାର ବିଭିନ୍ନ ଦିଗଉପରେ ତାତ୍ତ୍ଵିକ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ସୌମେନ୍ଦ୍ର ନନ୍ଦ ଏହି ସଭାରେ ଅଧ୍ୟକ୍ଷତା କରି କୃଷି ଓ ଆନୁସଙ୍ଗିକ କୃଷି ଶିକ୍ଷାର ମହତ୍ତ୍ୱ ଉପରେ ଆଲୋଚନାର ବିଷୟବସ୍ତୁକୁ ଉପସ୍ଥାପନା କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅନେକ ଦିଗ ଦର୍ଶନ ଦେଇଥିଲେ । ବରିଷ୍ଠ ପ୍ରଫେସର ସନ୍ତୋଷ କୁମାର ଉଦଗାତା ଏହି କାର୍ଯ୍ୟକ୍ରମ ପରିଚାଲନା କରିବା ସାଂଗକୁ ନିଜ ବକ୍ତବ୍ୟରେ ଏହି ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ଉପରେ ସମ୍ଭାଷଣ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଦିବସର ମହତ୍ତ୍ୱବଜାୟ ରଖିବା ଉଦ୍ଦେଶ୍ୟନେଇ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ତ୍ୱ ହାସଲ କରିଥିବା କୃତୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ରାମନାରାୟଣ ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୪ଜଣଙ୍କୁ ଯଥା- କୀରଣ କ୍ରାନ୍ତି ସ୍ୱାଇଁ(ପ୍ରଥମ), ଚନ୍ଦନ କୁମାର ମିଶ୍ର(ଦ୍ୱିତୀୟ), କେ.ହେମାଶ୍ରୀ ରେଡ୍ଡୀ(ତୃତୀୟ), ଶ୍ରୀଧର ପାତ୍ର(ଚତୃର୍ଥ) ସ୍ଥାନ ଅଧିକାର କରିଥିବା ବେଳେ ଏବଂ ନେସନାଲ ଡୁରା ହାଇସ୍କୁଲର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ତର୍କ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ୪ ଜଣଙ୍କୁ ଯଥା- ଅର୍ପିତା ପାତ୍ର(୧ମ ), ପଦ୍ମାଳୟ ସାହୁ(୨ୟ), ସନ୍ତୋଷି ମହାରଣା(୩ୟ), ପୃଥ୍ୱୀରାଜ ପଟ୍ଟନାୟକ(୪ର୍ଥ) ସ୍ଥାନ ଅଧିକାର କରିଥିବା ପ୍ରାର୍ଥୀଙ୍କୁ ମାନପତ୍ର ସହ ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ପୁରସ୍କାର ସହ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ପରୀକ୍ଷା ଜୁନିୟର ରିସର୍ଚ୍ଚ ଫେଲୋସିଫରେ ତୃତୀୟ ସ୍ଥାନ ଅଧିକାର କରିଥିବା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ସୋନାଲୀ ପଣ୍ଡାଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସହକାରୀ ପ୍ରଫେସର ଡ଼ଃ.ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ଅଧ୍ୟୟନରତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା