ମଦଦୋକାନର ଖେଳ ଜନସାଧାରଣଙ୍କ କାଳ….

ଛତ୍ରପୁର (ସମୃଦ୍ଧ ଓଡିଶା) ଅବକାରୀ ନିୟମ (As per clause 44 of Excise rules)ଅନୁସାରେ ମଦଦୋକାନ ଗୁଡିକ ଆପତ୍ତିବିହୀନ ସ୍ଥାନ ଗୁଡିକରେ ଖୋଲିବା ନିୟମ ଥିବା ବେଳେ ତାହା ଖୋଲମ୍ ଖୋଲା ଉଲଘଂନ କରାଯାଉଛି ଦେଖିବାକୁ ମିଳୁଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ଚାଲୁଥିବା କେତେକ ମଦଦୋକାନଗୁଡିକ ସ୍କୁଲ, କଲେଜ, ସପିଙ୍ଗ୍ ମହଲ, ମନ୍ଦିର, ଔଷଧ ଦୋକାନ ଓ ଜନବସତି ଠାରୁ ସଠିକ ଦୂରତାରେ ନଥିବା ଦ୍ୱାରା ଜନସାଧାରଣଙ୍କ ଉପରେ କୂପ୍ରଭାବ ପଡୁଛି । ଦେଖାଯାଉଛି ଯେ ସାହି ତଥା ଜନବସତି ଅଞ୍ଚଳ ଗୁଡିକରେ ମଦଦୋକାନ ଚାଲିବା ଦ୍ୱାରା ଝିଅ/ସ୍ତ୍ରୀ ଲୋକମାନଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି ହୋଉଛି । ମଦ ପିଇବା ପାଇଁ ଆସୁଥିବା ବ୍ୟକ୍ତିମାନେ କମେଣ୍ଟ୍ ମାରିବା, ସାହି ମଝିରେ ଗାଡ଼ି ର୍ପାକିଙ୍ଗ୍ କରିବା, ରାସ୍ତା ଉପରେ ମଦ ପିଇ ହାଲ୍ଲାଗୁଲ୍ଲା କରିବା ଇତ୍ୟାଦି ଦେଖିବାକୁ ମିଳୁଛି । ସାହି ଗୁଡିକ ଓ ଜନବସତି ଅଞ୍ଚଳରେ ମଦଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କରିବା କେତେ ଦୂର ଯଥାର୍ଥତା ତାହା ଦାୟିତ୍ୱରେ ଥିବା ଅନୁମତି ପ୍ରଦାନକାରୀ ଅଫିସର ହୄଦୟଙ୍ଗମ କଲେ ଜନସାଧାରଣ ଉପକୄତ ହୋଇପାରିଥାନ୍ତେ । ଅନୁମତି ପ୍ରଦାନକାରୀ ଅଫିସର ନିଜ ପରିବାରର ସୁରକ୍ଷା ଯେପରି ନିତାନ୍ତ ଆବଶ୍ୟକ ମଣୁଛନ୍ତି ସେହିପରି ରାଜ୍ୟ ଓ ବ୍ରହ୍ମପୁର ନଗରବାସୀଙ୍କ ପାଇଁ ସେପରି ସୁରକ୍ଷା ମଣିବା ନିତାନ୍ତ ଜରୁରୀ । ବ୍ରହ୍ମପୁର ସହରରେ ଥିବା ଠିପିବନ୍ଦ ମଦଦୋକାନ ଗୁଡିକ ଠିପିଖୋଲା ମଦଦୋକାନର ଭଳି କାର୍ଯ୍ୟ କରିବା ପରିଲିକ୍ଷତ ହେଉଛି କିନ୍ତୁ ପ୍ରଶାସନ ଜାଣିଶୁଣି ଚୁପ୍ ରହୁଛନ୍ତି । ଜିଲ୍ଲା ପରିବହନ ବିଭାଗର ର୍ସଭେ ରିପୋର୍ଟ ଅନୁଯାୟୀ ଜଣା ପଡିଲା ଯେ ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ମୋଟର ଦୁର୍ଘଟଣାରେ ପ୍ରଥମ ସ୍ଥାନ ଅଧିକାର କରିଆସୁଅଛି କିନ୍ତୁ ସେଥିରୁ ଅଧିକାଂଶ ଗାଡିଚାଳକ ମଦପିଇ ଦୁର୍ଘଟଣାମାନ ଘଟାଉଥିବା ଜଣାପଡିଛି । ମଦଦୋକାନ ଖୋଲିବା ପୂର୍ବରୁ ଦାୟିତ୍ୱରେ ଥିବା ଏରିଆ ତଦନ୍ତକାରୀ ଅଫିସର ମିଥ୍ୟା ରିପୋର୍ଟ ଦେଇ ଲାଇସେନ୍ସ ପ୍ରଦାନ କରିବା ନିୟମାବଳୀରୁ ସ୍ପଷ୍ଟ ପ୍ରମାଣିତ ହେଉଅଛି ଓ ବଟି ନେଇ ଲାଇସେନ୍ସ ପ୍ରଦାନ କରିବା ସନ୍ଦେହ କରାଯାଉଛି । ଓଡିଶା ସରକାରଙ୍କ ଅଡିଟ୍ ବିଭାଗର ତଦାରଖ ରିପୋର୍ଟରୁ ଜଣା ପଡୁଅଛି ଯେ କୋଟି କୋଟି ଟଙ୍କାର ଦୁର୍ନୀତିର ପଦ୍ଦାଫାସ୍ ହୋଇଛି । ମଦଦୋକାନ ଥିବା ସ୍ଥାନମାନଙ୍କରେ ଝିଅ, ବୋହୁ ଓ ମାଁ ମାନେ କେତେଦୁର ସୁରକ୍ଷିତ ଜିଲ୍ଲା ପ୍ରଶାସନ ଚିନ୍ତାକରିବା ଏବଂ ବୁଝିବା ଉଚିତ ବୋଲି ଅଭିଯୋଗ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା