

ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲସରା ଉପକଣ୍ଠ ତଥା ପାଟିଗଡ ରୋଡରେ ଥିବା ଯୋଗାସନ କେନ୍ଦ୍ର ପରିସରରେ ବୁଗୁଡା ସହରର ଖ୍ୟାତିନାମା କଳା, ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ପ୍ରତିଷ୍ଠାତା ତଥା ସଂପାଦକ ଏବଂ ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ୫୫ ତମ ଜୟନ୍ତୀ ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ସମାଜସେବୀ ଧୋବା ସାହୁଙ୍କ ସଂଯୋଜନାରେ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା, ସଂସଦର ଉପଦେଷ୍ଟା ତଥା ଏସ୍ ଟିକରପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ.ବିଜୟ ଚନ୍ଦ୍ର ମହାରଣା, ଗଞ୍ଜାମ ଜିଲ୍ଲା ନିର୍ମାଣ ଶ୍ରମିକ ଆବାହକ ଦଣ୍ଡପାଣୀ ସାମଲ, ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ସ୍ୱାଇଁ, ଆଇନଜୀବି ଶୁସାନ୍ତ କୁମାର ସାହୁ ଏବଂ ଆଇନଜୀବି କବିରାଜ ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ସେଠିକାର ଖ୍ୟାତି ଅର୍ଜନ କରିଥିବା ସମାଜ ମଙ୍ଗଳକାରୀ ଯୋଗଗୁରୁ ଗୌରହରି ବିଷୋୟୀଙ୍କୁ ସାହିତ୍ୟ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବେ ପରିବେଶବିତ୍ ସମ୍ମାନରେ ସମ୍ମାନିତ କରି ଉପଢୌକନ ସହ ପ୍ରଶଂସିତ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
