

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ମହାମାରୀ ସଙ୍କଟ ଚାଲିଥିବା ସମୟରେ ସରକାର ସ୍କୁଲ, ମନ୍ଦିର, ଚା ଦୋକାନ ବନ୍ଦ କରିବା ପାଇଁ ଅନୁମତି ଦେବା ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ, ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ଥିବା ମଦଦୋକାନରେ ଖୁଲମ ଖୁଲା ଭାବେ ମଦବିକ୍ରି ଚାଲିଥିବା ଦେଖିବାକୁ ମିଳିଛି l ତେଣୁ ଆଜି ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇ ଆରଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହାସହ ଯଥାଶୀଘ୍ର ଏହାକୁ ନଜର ପକାଇ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆ ନ ଗଲେ ଆଗାମୀ କିଛି ଦିନରେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଏଥିରେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଜିଲ୍ଲା ଉପସଭାପତି ସୁନୀଲ କୁମାର ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ.ରାଜେନ୍ଦ୍ର କୁମାର, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଭାଶିଷ ସାହୁ, କିରଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧ ନିମାଇଁ ଚରଣ ପଣ୍ଡା

