

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନ୍ ଏ ସି ଓ ଡାଏବେଟିସ୍ ଓ ଇଣ୍ଡୋକେଆର ସେଣ୍ଟରର ମିଳିତ ଆନୁକୁଲ୍ୟରେ ଗୋପାଳପୁର ଠାରେ ଆଜି ମଧୁମେହ ଓ ଥାଇରଏଡ୍ ସଚେତନତା ପଦଯାତ୍ରାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳ ଦକ୍ଷିଣ ଓଡ଼ିଶାର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଯୋଗ ଦେବା ସହ ପତାକା ଦେଖାଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ପରିସରରୁ ବାହାରି ଗୋପାଳପୁର ପରିକ୍ରମା କରିବା ପରେ ବସଷ୍ଟାଣ୍ଡ ଠାରେ ପହଞ୍ଚିବା ପରେ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡାଇବେଟିସ ଓ ଏଣ୍ଡୋକେଆର ସେଣ୍ଟରର ମୁଖ୍ୟ ଡଃ ସୁନିଲ କୋଠା ଅଧ୍ୟକ୍ଷତା କରିବା ସହ ମଧୁମେହରୁ ବଞ୍ଚିବାକୁ ହେଲେ ପ୍ରତିଦିନ ବ୍ୟାୟାମ ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଉଚିତ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ଜେନା ଯୋଗଦେଇ ନିରୋଗ ଓ ସୁସ୍ଥ ରହିବାକୁ ହେଲେ ଦିନଚର୍ଯ୍ୟା ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସଚେତନତା ସଭାର ପରେ ବସଷ୍ଟାଣ୍ଡ ପରିସରରେ ଏନ୍ ଏ ସି ର ସମସ୍ତ ଝାଡ଼ୁଦାର, କର୍ମଚାରୀଙ୍କ ଗୋପାଳପୁର ବାସିନ୍ଦାଙ୍କ ମାଗଣାରେ ମଧୁମେହ, ବ୍ଲଡ଼ ପ୍ରଫେସର ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁକାନ୍ତ ବେହେରା, ସମୃଦ୍ଧ ଓଡିଶା ନିଉଜ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ମହନ ରାଓ ଓ ପିୟାବାବୁ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


