ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଗତକାଲି ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ମଧୁରଚୁଆ ଗ୍ରାମରେ ପ୍ରତିଷ୍ଠିତ ବାବା ମଣି ଶଙ୍କରଙ୍କର ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଏକ ରକ୍ତଦାନ ଶିବିର ଶାସ୍ତ୍ରୀଜୀ ଯୁବ ପରିଷଦ, ମଧୁରଚୁଆ, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ମଧୁରଚୁଆ ଶାଖା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସଙ୍କ ବେଦମନ୍ତ୍ର ଧ୍ୱନିରେ ଆରମ୍ଭ ହୋଇଥିବା ଏହି ଶିବିରକୁ ଉଦଘାଟକ ଭାବେ ବିଧାନ ସଭାର ପ୍ରାକ୍ତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପ୍ପଣନ ବୋର୍ଡ଼ର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ବଳନ, ଦୀପ ଓ ଧୂପ ଦାନକରୀ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ବି.ଜେ. ଡି. ସଭାପତି ଇନ୍ଦ୍ରମଣି ଦଳାଇ ଶାସ୍ତ୍ରୀଜୀ ୟୁବ ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ମଧୁରଚୁଆ ଶାଖା ସଂଯୋଜକ ଅମର ପ୍ରସାଦ ନାୟକ, ହୁମା ଶାଖା ସଂଯୋଜକ ଉମାକାନ୍ତ ସାହୁ, ରମ୍ଭା ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ଆର. ତାର୍କେଷ୍ ରେଡ୍ଡୀ ଯୋଗଦେଇ କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂରେଇବାକୁ ମଧୁରଚୁଆ ଗ୍ରାମବାସୀ ତଥା ଶାସ୍ତ୍ରିଜୀ ୟୁବ ପରିଷଦର ସଭ୍ୟମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ରକ୍ତର ବିକଳ୍ପ ନ ଥିବାରୁ ବର୍ଷ ତମାମ କୃଷି କାର୍ଯ୍ୟରେ ବ୍ୟସ୍ତ ରହିବି ସମାଜ ମଙ୍ଗଳକାରୀ ସାମାଜିକ କାର୍ଯ୍ୟକ୍ରମରେ ରୁଚି ରଖିବା କମ ଗୌରବର କଥା ନୁହେଁ । ରକ୍ତଦାତାଙ୍କୁ ଉତ୍ସାହିତ କରି ଗ୍ରାମର ସାମୁହିକ ଚବିଶ ପ୍ରହର ନାମଯଜ୍ଞ ସମୟରେ ଶିବିର ଆୟୋଜନ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଅଂଚଳରେ ଉଦାହରଣ ବୋଲି ଅତିଥିମାନେ ସ୍ୱ ସ୍ୱ ବକ୍ତବ୍ୟରେ କହିଥିଲେ । ଏହି ଶିବିରରେ ଏକଚାଳିଶି(୪୧) ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଓଡିଶା ରକ୍ତ ଭଣ୍ଡାର ବ୍ରହ୍ମପୁରର କର୍ମଚାରୀ ସର୍ବଶ୍ରୀ ଚିନ୍ମୟ ବେହେରା, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ଡମ୍ବରୁ ବହାଦୁର କାର୍କେ ଓ ବାବୁନି ବେହେରା ଶିବିରରେ ଯୋଗଦେଇ ରକ୍ତଦାତାଙ୍କ ଠାରୁ ଏକଚାଳିଶି ୟୁନିଟ ରକ୍ତ ସଂଗ୍ରହ କରି ବ୍ରହ୍ମପୁର ରାମତ ଭଣ୍ଡାରକୁ ନେଇ ଯାଇଥିଲେ । ଏହି ଶିବିରକୁ ଶାନ୍ତନୁ କୁମାର ନାୟକ, ସୌମ୍ୟ ରଞ୍ଜନ ନାୟକ ପରିଚାଳନା କରିଥିଲେ । ଏହି ଶିବିରରେ ସର୍ବଶ୍ରୀ ବିଚିତ୍ର ନାୟକ, ଦୁଷ୍ମନ୍ତ ନାୟକ, ଗୋପବନ୍ଧୁ ନାୟକ, ଉମେଶ ନାୟକ, ପ୍ରବୀଣ ନାୟକ, ଅମର ପ୍ରସାଦ ନାୟକ, ମହେନ୍ଦ୍ର ଦଳାଇ, ସୌମ୍ୟରଂଜନ ନାୟକ, କେଶବ ନାୟକ, ନୀଳାମ୍ବର ନାୟକ, ଆଲୋକ ମହାପାତ୍ର, ପ୍ରଭୁ କୁମାର ନାୟକ, ମାଧବ ମୋହନ ନାୟକ, ଚିତ୍ତରଞ୍ଜନ ନାୟକ, ଲୋକନାଥ ନାୟକ, ନରେଶ କୁମାର ନାୟକ, ଆମର ପ୍ରସାଦ ନାୟକ, ସୁରେଶ ନାୟକ, ଦୁଷ୍ମନ୍ତ କୁମାର ନାୟକ, ବିକାଶ ନାୟକ, ସନ୍ଦୀପ ନାୟକ, ନରେନ୍ଦ୍ର ଦଲାଇ, ଟି. ଦିବାକର, ରାଜେଶ କୁମାର ନାୟକ, ରାଜେନ୍ଦ୍ର ନାୟକ, ମନୋଜ କୁମାର ନାୟକ, ହେମନ୍ତ ନାୟକ, ସଞ୍ଜୟ ନାୟକ ରଜେନ୍ଦ୍ର ନାୟକ, ବିଜ୍ଞାନ୍ତ ମହାପାତ୍ର, ପୃଥ୍ୱୀରାଜ ନାୟକ, ସୁରେଶ ନାୟକ, ବିଶ୍ୱନାଥ ନାୟକ, ଚନ୍ଦ୍ରକାନ୍ତ ନାୟକ, ସୁଶାନ୍ତ ନାୟକ, ଜିତେନ୍ଦ୍ର ନାୟକ, ଦେବରାଜ ନାୟକ, ଦୀପକ ନାୟକ, ବିଜ୍ଞନାଥ ନାୟକ, ବିଶ୍ୱନାଥ ନାୟକ, ହେମନ୍ତ ନାୟକ ଆଦି ରକ୍ତବୀରମାନେ ରକ୍ତ ଦାନ କରିଥିଲେ । ପ୍ରତିବର୍ଷ ଦୁଇ ଦୁଇଟି ରକ୍ତଦାନ ଶିବିର ଆୟୋଜନ କରି ସମାଜର ଦୁସ୍ଥ ଓ ରୋଗୀମାନଙ୍କ ସେବାରେ ସଦା ଉତ୍ସର୍ଗୀକୃତ ଓ ଆଜି ଶିବିରର ସଫଳତା ପାଇଁ ଶାସ୍ତ୍ରିଜୀ ଯୁବପରିଷଦର ସଭ୍ୟମାନଙ୍କୁ ଓ ମଧୁରଚୁଆ ଗ୍ରାମବାସୀମାନଙ୍କୁ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ହୋଲି ଉତ୍ସବର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।