ଚାଣକ୍ୟ ନୀତି : ମନୁଷ୍ୟ ଜୀବନରେ କେବେବି ଏହି ୪ଟି ଜିନିଷରେ ସନ୍ତୁଷ୍ଟ ହୋଇ ନ ଥାଏ, ସେଥିପାଇଁ ହୋଇଯାଏ ବର୍ବାଦ ।
ମଣିଷ ନିଜ ଜୀବନରେ ସୁଖକୁ ପାଇବା ପାଇଁ ଅନେକ ଜିନିଷକୁ ଖୋଜି ଥାଏ, ସେଗୁଡିକ ପଛରେ ଦୌଡି ଥାଏ ଓ ଗୋଟିଏ ବିଳାସମୟ ଜୀବନ ବଞ୍ଚିବା ପାଇଁ ସେଗୁଡିକୁ ପାଇବାକୁ ଚେଷ୍ଟା କରିଥାଏ । ସେଗୁଡିକ ମଧ୍ୟରେ ଧନ ଦୌଲତ, ଐଶାର୍ଯ୍ୟ, ଶାରୀରିକ ଓ ମାନସିକ ସୁଖ ଓ ସମ୍ମାନ ଆଦି ରହିଥାଏ । କିନ୍ତୁ ଅନେକ ଜିନିଷରେ ମଣିଷ ସାରାଜୀବନ ଅସନ୍ତୁଷ୍ଟ ହୋଇଥାଏ । ଏହିପରି ୪ଟି ଜିନିଷ ବିଷୟରେ ଚାଣକ୍ୟ ନିଜ ଶ୍ଳୋକରେ କହିଛନ୍ତି, ଯାହାକୁ ନେଇ ମଣିଷ ଜୀବନସାରା ଅସନ୍ତୁଷ୍ଟ ରହିଥାଏ ।
*ଧନେଷୁ ଜୀବିତବ୍ୟେଷୁ ସ୍ତ୍ରୀଷୁ ଭୋଜନବୃତିଷୁ
ଅତୃପାଃ ମାନଵଃ ସର୍ବେ ୟାତା ୟାସ୍ୟନ୍ତି ୟାନ୍ତି ଚ ।।*
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ ମଣିଷ ଯେତେ ଧନ ରୋଜଗାର କଲେ ମଧ୍ୟ ସେ ଅସନ୍ତୁଷ୍ଟ ରହିଥାଏ । ସାରାଜୀବନ ସେ ଅଧିକରୁ ଅଧିକ ପଇସା ରୋଜଗାର କରିବା ପାଇଁ ଚେଷ୍ଟା କରିଥାଏ । ଏଭଳି ବ୍ୟକ୍ତି କେବେ ମଧ୍ୟ ସନ୍ତୁଷ୍ଟ ହୁଏ ନାହିଁ ଓ ଅଧିକ ପାଇବା ଆଶାରେ ସେ ଖରାପ ରାସ୍ତା ବାଛିଥାଏ । ଏଭଳି ପରିସ୍ଥିତିରେ ପଇସାର ଲୋଭ ତାଙ୍କ ଜୀବନକୁ ନଷ୍ଟ କରିଦିଏ । ଆୟୁ ବିଷୟରେ ଚାଣକ୍ୟ କହିଛନ୍ତି ଯେ ଯେଉଁବ୍ୟକ୍ତି ଜନ୍ମ ନେଇଛନ୍ତି, ସେ କେବେ ମଧ୍ୟ ମରିବା ପାଇଁ ଇଚ୍ଛା କରନ୍ତି ନାହିଁ । ସେ ଆୟୁକୁ ନେଇ କେବେ ମଧ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ଶ୍ଳୋକର ଶେଷରେ ଚାଣକ୍ୟ ସ୍ତ୍ରୀ ଓ ଭୋଜନ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ମଣିଷ ଏଗୁଡ଼ିକୁ ନେଇ କେବେ ମଧ୍ୟ ସନ୍ତୁଷ୍ଟ ହୁଏ ନାହିଁ । ଆବଶ୍ୟକ ଅନୁସାରେ ଇଚ୍ଛା ପୁରଣ ପରେ ମଣିଷର ଲୋଭ ସରେ ନାହିଁ । ଏହି ଦୁଇଟି ଜିନିଷର ଅଧିକ ଲୋଭ ଫଳରେ ମଣିଷ ଖରାପ ହୋଇଯାଏ । ଚାଣକ୍ୟଙ୍କ ଅନୁସାରେ ଧନ, ଆୟୁ, ସ୍ତ୍ରୀ ଓ ଭୋଜନକୁ ନେଇ ମଣିଷ କେବେ ମଧ୍ୟ ସନ୍ତୁଷ୍ଟ ହୁଏ ନାହିଁ । ମଣିଷକୁ ଏଗୁଡ଼ିକ ଯେତେ ମାତ୍ରାରେ ମିଳିଲେ ମଧ୍ୟ ସେ ଅସନ୍ତୁଷ୍ଟ ରହିଥାଏ । କିନ୍ତୁ ଏଗୁଡିକରେ ସନ୍ତୁଷ୍ଟ ଥିବା ବ୍ୟକ୍ତି ଜୀବନରେ ସୁଖ ପ୍ରାପ୍ତ କରିଥାଏ ଓ ଅସନ୍ତୁଷ୍ଟ ବ୍ୟକ୍ତି ନଷ୍ଟ ହୋଇଯାଇଥାଏ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା